ଭୁବନେଶ୍ୱର, ଡିସେମ୍ବର 06 (ଖବର ଓଡିଶା)
ପ୍ରଭୁ ଜଗନ୍ନାଥଙ୍କ ନିର୍ମାଲ୍ୟ ପରେ ପୁଣି ଆସିଲା ଲିଙ୍ଗରାଜ ମନ୍ଦିରର ଅବଢ଼ା ଅନ୍ଲାଇନ୍ରେ ବିକ୍ରି ଅଭିଯୋଗ । ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ବ୍ରାହ୍ମଣ ନିଯୋଗ ଏତଲା ଦେଇଛି ।
ଲିଙ୍ଗରାଜ ମନ୍ଦିରର ଅବଢ଼ା ପାଇବା ପାଇଁ ଭକ୍ତ କେତେ ଆଶା ରଖିଥାନ୍ତି । ଅନ୍ଲାଇନ୍ରେ ବିକ୍ରି ଫଳରେ ଅବଢ଼ାର ମର୍ଯ୍ୟାଦା ହାନି ହେଉଛି । ଅଭିଯୁକ୍ତଙ୍କୁ ଗିରଫ କରାଯାଉ । ଅବଢ଼ା ବିକ୍ରିରେ ସଂପୃକ୍ତ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଛି । ଏହି ଅଭିଯୋଗ ନେଇ ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ବ୍ରାହ୍ମଣ ନିଯୋଗ ଏତଲା ଦେଇଛି ।