ଖବର ଓଡିଶା : 06/01/2023
ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆଜି ହେଉଛି ଅନ୍ତିମ ଦିବସ | କଂସ ବଦ୍ଧ ସହ ଆଜି ଶେଷ ହବ ଧନୁଯାତ୍ରା | ଗତ ୩୧ ତାରିଖରୁ ଆରମ୍ଭ ଧନୁଯାତ୍ରା ଅନ୍ତିମ ଦିବସରେ ପହଞ୍ଚିଛି ।ମୁକ୍ତାକାଶ ରଙ୍ଗ ମଞ୍ଚରେ କୃଷ୍ଣଜନ୍ମ ଠାରୁ ଆରମ୍ଭ କରି ମଥୁରା ଗମନ ଅଭିନୀତ ହୋଇସାରିଛି। ଆଜି ଶେଷ ତଥା ଦଶମ ଦିନରେ କୁବଳିୟା ହସ୍ତି ଓ ଅଷ୍ଟମଲ୍ଲଙ୍କୁ ମାରିବା ପରେ ମାମୁ କଂସଙ୍କ ବଧ ଦୃଶ୍ୟ ଅଭିନୀତ ହେବ ।
ଦଶମ ଦିନରେ କୃଷ୍ଣ ଓ ବଳରାମ ଦୀର୍ଘ 12 ବର୍ଷ ପରେ ମଥୁରା ଫେରିଥିଲେ | ସେପଟେ କଂସ ମହାରାଜ ଛଳନାର ଯୁଦ୍ଧ ଦ୍ୱାରା ଦୈବୀବାଣୀକୁ ଭୁଲ ପ୍ରମାଣିତ କରିବାର ସ୍ୱପ୍ନ ଦେଖୁଥିଲେ । କଂସ ଦରବାରରେ ନାଚଗୀତ ସହ ସୁରାର ଆସର ମଧ୍ୟ ଜମିଥିଲା । ତଥାପି ସ୍ୱପ୍ନାଦେଶ ଆଗରେ ଶକ୍ତିହୀନ ହୋଇପଡୁଥିଲେ ତ୍ରିଲୋକ ବିଜୟୀ କଂସ ମହାରାଜ ।