ଖବର ଓଡିଶା : 17/02/2023
ଆସନ୍ତାକାଲି ଜାଗରଯାତ୍ରା । ରାଜ୍ୟର ପ୍ରମୁଖ ଶୈବପୀଠ ଗୁଡିକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବାବା ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ଥିର ହୋଇଥିବା ବେଳେ, ବିଏମସି ଓ ପୋଲିସ ପ୍ରଶାସନ ପ୍ରସ୍ତୁତି ସାରିଛନ୍ତି । ଲିଙ୍ଗରାଜ ମନ୍ଦିରରେ ଜାଗରଯାତ୍ରା ପାଇଁ ବିଏମସି ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାତି ୨ ଟାରୁ ସେବାୟତ ପରିବାର ଉତ୍ତର ଦ୍ବାର ଦେଇ ପ୍ରବେଶ କରି ଦର୍ଶନ କରିବେ ଓ ପରେ ରାତି ୩ ଟାରୁ ସିଂହ ଦ୍ବାର ଦେଇ ଶ୍ରଦ୍ଧାଳୁ ପ୍ରବେଶ କରିବେ। ସେପଟେ କମିଶନରେଟ ପୋଲିସ ପକ୍ଷରୁ ୩୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଗଙ୍ଗା ଯମୁନା ଛକରୁ ସ୍ବତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ଗୋଟିଏ କଣ୍ଟ୍ରୋଲ ରୁମ କରାଯାଇଛି। ପକେଟମାର, ଛିନତାଇ ଉପରେ ସିସିଟିଭି ନଜର ରହିବ। ଜାଗର ପାଇଁ ଟ୍ରାଫିକ କଟକଣା ରହିଛି। ୧୩ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ମନ୍ଦିରର ୧୦୦ ମିଟର ପରିଧି ମଧ୍ୟରେ ଗାଡି ଚଳାଚଳ ନିଷିଦ୍ଧ କରାଯାଇଛି। ୪ଟି ସିଫ୍ଟରେ ଡ୍ୟୁଟି କରିବେ ପୋଲିସ। ୫ଜଣ ଆଡସିନାଲଏସପି ୧୧ ଏସପି,୧୯ ଆଇଆଇସି ୮୦ ଜଣ ଏଏସଆଇ, ୧୧୦ ହୋମଗାର୍ଡ ନିୟୋଜିତ ହେବେ | ଭୁବନେଶ୍ୱର ର ଅନ୍ୟ ୧୦ ଟି ମନ୍ଦିରରେ ମଧ୍ୟ ପୋଲିସ ମୁତୟନ ହୋଇଛନ୍ତି।