କଟକ: ସରି ଆସୁଛି ପବିତ୍ର କାର୍ତ୍ତିକ ମାସ । ଆଜି ହେଉଛି ଧରମର ମାସ କାର୍ତ୍ତିକର ଶେଷ ସୋମବାର । ସେଥିପାଇଁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ସେହିପରି ଧବଳେଶ୍ୱର ପୀଠରେ ବାବାଙ୍କ ଦର୍ଶନଙ୍କ ପାଇଁ ଭକ୍ତମାନଙ୍କ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି । କାହି କେତେ ଦୂରରୁ ଭକ୍ତମାନେ ଧାଇଁ ଆସିଛନ୍ତି ଧବଳେଶ୍ୱରଙ୍କ ଦର୍ଶନ ପାଇଁ ।
ଆଜି ଭୋର ୩ଟା ବେଳେ ମନ୍ଦିର ଦ୍ଵାର ଫିଟା ନୀତି ସମ୍ପନ୍ନ ହୋଇଥିଲା । ଏହା ପରେ ୧୦୮ ପବିତ୍ର କଳସ ଜଳରେ ଧବଳେଶ୍ୱରଙ୍କ ମହାସ୍ନାନ କରାଯାଇଛି । ଏହା ପରେ ମଙ୍ଗଳ ଆଳତି ଓ ଅନ୍ୟାନ୍ୟ ନୀତି କରାଯାଇଛି । ଏହା ପରେ ଶ୍ରଦ୍ଧାଳୁମାନେ ଧାଡ଼ିରେ ଆସି ଶୃଙ୍ଖଳିତଭାବେ ବାବାଙ୍କ ଦର୍ଶନ କରୁଛନ୍ତି । ହୁଳହୁଳି, ହରିବୋଲ ଏବଂ ବାବା ଧବଳେଶ୍ୱରଙ୍କ ଜୟ ଗାନର ପ୍ରକମ୍ପିତ ହେଉଛି ମନ୍ଦିର ପରିସର । ଭକ୍ତଙ୍କ ସମାଗମକୁ ଦେଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଅନ୍ୟପକ୍ଷରେ ପୁରୀ ଲୋକନାଥ, ଭଦ୍ରକ ଆଖଣ୍ଡଳଣୀ, ଜଗତପୁରଜିଲ୍ଲା ଗୋରେଖ ନାଥରେ ମଧ୍ୟ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । କାର୍ତ୍ତିକ ଶେଷ ସୋମବାରରେ ଦେବ ଦେବ ମହାଦେବଙ୍କ ଦର୍ଶନ କରୁଛନ୍ତି ଭକ୍ତ ।
ସେପଟେ ଆସନ୍ତାକାଲିଠାରୁ ପଞ୍ଚକ ବ୍ରତ ଆରମ୍ଭ ହେବ । ଚଳିତବର୍ଷ ୪ ଦିନ ପଞ୍ଚକ ବ୍ରତ ଅନୁଷ୍ଠିତ ହେବ ।