ଆଜି ହେଉଛି ଶ୍ରାବଣ ମାସର ଦ୍ଵିତୀୟ ସୋମବାର। ସମସ୍ତ ଶୈବପୀଠମାନଙ୍କରେ ଲାଗି ରହିଛି କାଉଡିଆ ଓ ଭକ୍ତଙ୍କ ଭିଡ଼। ଝିପ ଝିପ ବର୍ଷାରେ ଭଗବାନ ମହାଦେବଙ୍କୁ ଜଳଲାଗି ନିମନ୍ତେ ଲମ୍ଵା ଲାଇନରେ ଛିଡ଼ା ହୋଇଛନ୍ତି ଭକ୍ତ। କାଉଡିଆଙ୍କ ଜଳଲାଗି ପାଇଁ ସମସ୍ତ ଶୈବପୀଠରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ସାଧାରଣ ଦର୍ଶନ ସହ କିପରି କାଉଡିଆମାନେ ସୁରୁଖୁରରେ ଜଳଲାଗି କରିପାରିବେ ସେ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି ମନ୍ଦିର ପ୍ରଶାସନ। ଆଜି ପାଗ ମଧ୍ୟ ଭଲ ରହିଛି। ଯେଉଁଥିପାଇଁ କାଉଡିଆମାନେ ମଧ୍ୟ ଭଲରେ ଭଲରେ ଠାକୁରଙ୍କ ପାଖରେ ପହଞ୍ଚିପାରିବେ। ରାସ୍ତାଘାଟ ବୋଲ ବମ୍ ଧ୍ୱନିରେ ପ୍ରକମ୍ପିତ ହେଉଛି। ଏଥର ଶ୍ରାବଣ ଦୁଇ ମାସିଆ ପଡ଼ିଥିବାରୁ କାଉଡିଆ ଓ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି |