ଆଜି ପ୍ରଭୁ ଧବଳେଶ୍ୱରଙ୍କ ଗଙ୍ଗାଧର ବେଶ । ଗତକାଲି ମହାପଞ୍ଚୁକ ବ୍ରତ ଆରମ୍ଭ ହୋଇଥିଲା ।ଏଥି ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ବାବା ଧବଳେଶ୍ୱର । ପୀଠ ଆଜି ପଞ୍ଚୁକର ଦ୍ୱିତୀୟ ଦିନ ବା କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥି । ଆଜି ଗଙ୍ଗାଧର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ବାବା ଧବଳେଶ୍ୱର। କାର୍ତ୍ତିକ ମାସ ଧର୍ମର ମାସ ହୋଇଥିବାରୁ ମହାପଞ୍ଚୁକରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂର୍ଣ୍ଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ ବୋଲି ଧାର୍ମିକ ବିଶ୍ବାସ ରହିଛି ।
ମହାପଞ୍ଚୁକ ବ୍ରତ ପ୍ରଥମ ଦିନରେ ଧବଳେଶ୍ୱର ପୀଠରେ ଦେବ ଦେବ ମହାଦେବ ଚନ୍ଦ୍ରମଉଳି ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ସେହିପରି ଆଜି ପଞ୍ଚୁକର ଦ୍ଵିତୀୟ ଦିନରେ ଗଙ୍ଗାଧର ବେଶରେ ଦର୍ଶନ ଦେଇଛନ୍ତି ବାବା ଧବଳେଶ୍ୱର।ଏଥି ପାଇଁ ଧବଳେଶ୍ୱର ପୀଠରେ ସମସ୍ତ ନୀତି କାନ୍ତି କରାଯାଇଛି । ମହାଦେବଙ୍କ ଗଙ୍ଗାଧର ବେଶକୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଜମୁଛି । ତେବେ ପ୍ରଭୁଙ୍କ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ସୁବିଧା ପାଇଁ ସମତା ପ୍ରସ୍ତୁତି ମଧ୍ୟ କରାଯାଇଛି ।
ଅଧିକ ପଢନ୍ତୁ :ଚନ୍ଦ୍ରମୌଳି ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର