ଚନ୍ଦ୍ରମୌଳି ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ଆଜିଠୁ ଧର୍ମ ମାସର ପଞ୍ଚୁକ ଆରମ୍ଭ ଏଥିପାଇଁ ଚଳଚଞ୍ଚଳ ହୋଇ ପଡିଛି ଧବଳେଶ୍ୱର ପୀଠ। ପଞ୍ଚୁକର ପ୍ରଥମ ଦିନରେ ବାବା ଧବଳେଶ୍ୱର ଚନ୍ଦ୍ରମୌଳି ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଛନ୍ତି । ସେଥିପାଇଁ ଆଜି ରାତି ୩ଟା ବେଳେ ଦ୍ଵାର ଫିଟା ଯାଇ ୧୦୮ ଗରା ଜଳରେ ମହାଦେବଙ୍କ ମହାସ୍ନାନ କରାଯାଇଥିଲା ।
ମହାଦେବଙ୍କ ସ୍ନାନ ପରେ ମଇଲମ, ମଙ୍ଗଳ ଆଳତି ସହ ସମସ୍ତ ରୀତିନୀତି କରାଯାଇଥିଲା । ଏହାପରେ ବାଳ ଭୋଗ କାରାଯାଇ ମହାଦେବଙ୍କ ଦର୍ଶନ ପାଇଁ ଛଡା ଯାଇଥିଲା । ପଞ୍ଚୁକର ପ୍ରଥମ ଦିନରେ ବାବା ଧବଳେଶ୍ୱରଙ୍କ ଚନ୍ଦ୍ରମଉଳି ବେଶକୁ ଶ୍ରଦ୍ଧାଳୁମାନେ ଆତ୍ମତୃପ୍ତି ଲାଭ କରୁଛନ୍ତି । ତେବେ କାର୍ତ୍ତିକ ପୂର୍ଣ୍ଣମୀ ଦିନ ବାବା ଯୋଗୀ ବେଶରେ ଦର୍ଶନ ଦେବେ ମହାଦେବ । ପଞ୍ଚୁକର ପାହିଲି ଦିନରେ ବାବାଙ୍କ ହିଁ ବେଶକୁ ଦେଖିବାକୁ ଧାବଲ୍ବଶ୍ୱର ପୀଠରେ ଭିଡ ଲାଗିରହିଛି । ଏଥିସହ ପଞ୍ଚୁକ ଆରମ୍ଭରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ କିପରି ସହଜରେ ବାବାଙ୍କୁ ଦର୍ଶନ କରିବେ ସେନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ।
ଅଧିକ ପଢନ୍ତୁ :ପବିତ୍ର ପଞ୍ଚୁକ ପାଇଁ ଚଳଚଞ୍ଚଳ ବାବା ଧବଳେଶ୍ୱରଙ୍କ ପୀଠ