ହର ହର ମହାଦେବଙ୍କ ଧ୍ୱନିରେ ପ୍ରକମ୍ପିତ ହୋଇ ପୁଣି ଆରମ୍ଭ ହେଲା ଅମରନାଥ ଯାତ୍ରା। ପାଗରେ ପରିବର୍ତ୍ତନ ହେବାରୁ ଅମରନାଥ ଧାମକୁ ଯାତ୍ରା ଆରମ୍ଭ କରିବାକୁ ଅନୁମତି ଦେଇଛି ପ୍ରଶାସନ । ଖୁସି ଖୁସିରେ ପୁଣି ଯାତ୍ରାରେ ବାହାରି ପଡିଛନ୍ତି ଶ୍ରଦ୍ଧାଳୁମାନେ । ଖରାପ ପାଗ ଯୋଗୁଁ ୬ ଜୁଲାଇରୁ ସ୍ଥଗିତ ରଖାଯାଇଥିଲା ଅମରନାଥ ଯାତ୍ରା। ପୁଣି ୪ ଦିନ ପରେ ଆଜି ପାଗ ଠିକ୍ ହେବାରୁ ଆରମ୍ଭ ହୋଇଛି ବାବାଙ୍କ ପାଖକୁ ଯାତ୍ରା। ଶ୍ରଦ୍ଧାଳୁ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ କଡା ବ୍ୟବସ୍ଥା କରାଯାଇଛି। ଯବାନଙ୍କ ଦ୍ୱାରା ସୁରକ୍ଷା ବଳ ରହିଛି।