ପୁଣି ଦୁର୍ଘଟଣାଗ୍ରସ୍ତ ହେଲା କାଉଡିଆଙ୍କ ଗାଡ଼ି | ଏହି ଦୁର୍ଘଟଣାରେ ୧୨ ଜଣ କାଉଡିଆ ଆହତ ହୋଇଥିବା ସୂଚନା ମିଳିଛି | ଭାରସାମ୍ୟ ହରାଇ ନିୟନ୍ତ୍ରଣ ବାହାରକୁ ଚାଲିଯାଇ ଓଲଟି ପଡିଥିଲା କାଉଡିଆଙ୍କ ଗାଡ଼ି | ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ାରୁ ଦୁଇଟି ଗାଡ଼ିରେ କିଛି ଯୁବକ ଯୋଡ଼ା ମୂର୍ଗା ମହାଦେବଙ୍କ ନିକଟକୁ ଜଳଲାଗି ପାଇଁ ଯାଉଥିଲେ । ସେହି ସମୟରେ ଘଷିପୁରା ଥାନା ଅନ୍ତର୍ଗତ NH ୨୦ ହୋହିରା ନିକଟରେ ଗାଡ଼ି ଦୁର୍ଘଟଣା ହୋଇଥିଲା । ପରେ ସମସ୍ତ ଗୁରୁତର ଓ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏବେ ସେମାନଙ୍କ ଚିକିତ୍ସା ଜାରି ରହିଛି । ତେବେ ଗୋଟିଏ ଟାଟା ମାସ୍କିମା ଗାଡ଼ି ନିୟନ୍ତ୍ରଣ ହରାଇ ସେଠାରେ ଓଲଟି ପଡ଼ିଥିଲା ବୋଲି ଜଣାପଡ଼ିଛି ।