ଜୋର ଧରିଲା ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ଦାବି । ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ନେଇ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଟ୍ୱିଟ୍ କରିଛନ୍ତି । ତୁରନ୍ତ ଆଉ ଗୋଟିଏ ଦ୍ୱାର ଖୋଲିବାକୁ ଅନୁରୋଧ କରିଛନ୍ତି ସୁଦର୍ଶନ । କୋଭିଡ୍ ସମୟରୁ ୩ ଦ୍ୱାର ବନ୍ଦ ରହିଥିବା ବେଳେ, ଏବେ ଯାଏ ତାହା ଭକ୍ତଙ୍କ ପାଇଁ ଖୋଲୁନାହିଁ । ପୁରୀବାସୀଙ୍କ ଭାବାବେଗକୁ ଦୃଷ୍ଟିରେ ଅତି କମ୍ରେ ଗୋଟିଏ ଦ୍ୱାର ଖୋଲିବାକୁ ଟ୍ୱିଟ କରି ଅନୁରୋଧ କରିଛନ୍ତି ସୁଦର୍ଶନ ପଟ୍ଟନାୟକ । ଯଦି ଗୋଟିଏ ଦ୍ୱାର ବି ନ ଖୋଲାଯାଏ ତାହେଲେ, ଆସନ୍ତାକାଲିଠୁ ପଶ୍ଚିମ ଦ୍ୱାର ନିକଟରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ । ଦୁଇ ଦିନ ପୂର୍ବରୁ ବି ଏହି ଦାବି ଉଠାଇଥିଲେ ସୁଦର୍ଶନ ।