ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶକୁ ପୂରିଲା ୮୪ ବର୍ଷ
Khabar Odisha:State-Odisha-Utkal-Divas
ଭୁବନେଶ୍ୱର, ଏପ୍ରିଲ ୦୧ (ଖବର ଓଡ଼ିଶା):

ଆଜି ଉତ୍କଳ ଦିବସ । ସ୍ୱତନ୍ତ୍ର ଓଡ଼ଶା ପ୍ରଦେଶକୁ ପୂରିଲା ୮୪ ବର୍ଷ । ବନ୍ଦେ ଉତ୍କଳ ଜନନୀ । ଓଡ଼ିଶା ହେଉଛି କଳା, ସଂସ୍କୃତି ଓ ବାଣିଜ୍ୟର ଏକ ପ୍ରମୁଖ ସ୍ଥାନ।
 ଓଡ଼ିଶାର ଏକ ଗୌରବମୟ ଇତିହାସ ରହିଛି । ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ଆମ ଓଡ଼ିଶାକୁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି। ସେହିପରି ଓଡ଼ିଶାର ସାଧବ ପୁଅମାନଙ୍କ ନୌବାଣିଜ୍ୟ କାରବାର ସାରା ବିଶ୍ୱରେ ଓଡ଼ିଶାକୁ ବାଣିଜ୍ୟିକ କ୍ଷେତ୍ରଭାବେ ପ୍ରସିଦ୍ଧ କରିଥିଲା । ତେବେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, କଳା, ସ୍ଥାପତ୍ୟ, ଖାଦ୍ୟପେୟ, ପର୍ବପର୍ବାଣି ପାଇଁ ଉତ୍କଳ ଆଜି ସାରା ବିଶ୍ୱରେ ଖ୍ୟାତି ଲାଭ କରିଛି । ଆମ ମାଟି ମା’ ଓଡ଼ିଶା ଦିନେ ପରାଧିନତା ଥିଲା । କିନ୍ତୁ ସେହି ମାଟି ମାର ସନ୍ତାନ ତଥା ବୀରପୁତ୍ରମାନେ ନିଜ ଜୀବନକୁ ଉତ୍ସର୍ଗ କରି ଉତ୍କଳ ମାଟିକୁ ସ୍ୱତନ୍ତ୍ରତା ଦେଇଥିଲେ। ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡ଼ିଶା ସ୍ୱତନ୍ତ ଓଡ଼ିଶା ପ୍ରଦେଶରେ ପରିଣତ ହୋଇଥିଲା ।
ଏପ୍ରିଲ ୦୧ ତାରିଖ ଓଡ଼ିଶା ଇତିହାସରେ ଏକ ଅବିସ୍ମରଣୀୟ ଦିବସ। ପ୍ରତି ଓଡ଼ିଆଙ୍କ ପାଇଁ ଏହା ଏକ ଗୌରବର ଦିନ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଦ୍ୱାରା ୧୯୦୨ରେ ଗଠିତ ଉତ୍କଳ ସମ୍ମିଳନୀ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ୧୯୦୩ରେ ଏହାର ପ୍ରଥମ ସଭା ଅନୁଷ୍ଠିତ ହୋଇଥିଲା, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋବବନ୍ଧୁ ଦାସ, ମହାରାଜ କୃଷ୍ଣଚନ୍ଦ୍ର ଗଜପତି, ଭକ୍ତକବି ମଧୁସୂଦନ ରାଓ, ପଣ୍ଡିତ ନୀଳକଣ୍ଠ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ସ୍ୱଭାବ କବି ଗଙ୍ଗାଧର ମେହେର, ଭୁବନାନନ୍ଦ ଦାସ ଓ କବିବର ରାଧାନାଥ ରାୟ ଏହି ଓଡ଼ିଶା ପ୍ରଦେଶ ଗଠନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ପ୍ରଥମେ ସର୍ବମୋଟ ୬ଟି ଜିଲ୍ଲାକୁ ନେଇ ସ୍ୱତନ୍ତ୍ର ରାଜ୍ୟର ପରିଚୟ ପାଇଥିଲା  ଓଡ଼ିଶା ପ୍ରଦେଶ ବା ଉତ୍କଳ। କଟକ, ବାଲେଶ୍ୱର, ସମ୍ୱଲପୁର, କୋରାପୁଟ ଏବଂ ଗଞ୍ଜାମ ଜିଲ୍ଲାକୁ ନେଇ ଓଡ଼ିଶା ଗଠିତ ହୋଇଥିଲା । କଟକ ଥିଲା ସ୍ୱତନ୍ତ୍ର ଓଡ଼ିଶାର ପ୍ରଥମ ରାଜଧାନୀ।
 

  • Tags:

Subscribe

National International State Sports Entertainment