ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମାଁ ଦୁର୍ଗା, ଦେବୀଗଡ଼ାରେ ଚାଲିଛି ଭସାଣ
Khabar Odisha:State-Odisha-Maa-Durga-Bhasani-in-Cuttuck
କଟକ, ଅକ୍ଟୋବର ୧୦(ଖବର ଓଡ଼ିଶା):

ସରିଛି ଶାରଦୀୟ ଦୁର୍ଗାପୂଜା । ମାଁ ଦୁର୍ଗା ମେଲାଣି ନେବା ଅନ୍ତିମ ପର୍ଯ୍ୟାୟ ଚାଲିଛି । କଟକ ଦେବୀଗଡ଼ାରେ ବାଜା ଓ ଚିକ୍‌ମିକ୍ ଆଲୋକ ସହ ପାରମ୍ପାରିକ ନାଚଗୀତ ସହ ଧୂମଧାମରେ ଚାଲିଛି ମାଁଙ୍କ ଭସାଣ ଉତ୍ସବ । 

କଟକ ସହରରେ ନିର୍ମିତ ୧୬୨ଟି ମେଢର ଦୁର୍ଗାମୂର୍ତ୍ତିର ପର୍ଯ୍ୟାୟକ୍ରମେ ଚାଲିଛି ବିସର୍ଜନ । ବର୍ତ୍ତମାନ ସୁଦ୍ଧା ୧୦୮ଟି  ମୂର୍ତ୍ତିର ବିସର୍ଜନ ଶେଷ ହୋଇସାରିଛି । ବାକି ରହିଛି ଅନ୍ୟ କିଛି । କାଲିଠାରୁ କଟକ ଦେବୀଗଡ଼ାରେ ଅସ୍ଥାୟୀ ପୋଖରୀ ବ୍ୟବସ୍ଥା କରାଯାଇ ସେଠାରେ ମୂର୍ତ୍ତି ବିସର୍ଜନ କରାଯାଉଛି । ଦେବୀଗଡ଼ାରେ ଭସାଣ ବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ତେଣୁ ଭିଡ଼ ଭିତରେ ବିଶୃଙ୍ଖଳା ରୋକିବାକୁ ୨ଟି ରାପିଡ଼ ଆକ୍ସନ ଫୋର୍ସ ସମେତ ୫୭ପ୍ଲାଟୁନ ପୋଲିସ  ମୁତୟନ କରାଯାଇଛି । କାଲିଠାରୁ ଆରମ୍ଭ ହୋଇଥିବା ଭସାଣ ଉତ୍ସବ ବର୍ତ୍ତମାନ ସୁଧ୍ଧା ଜାରି ରହିଛି । ଆଜି ଅପରାହ୍ନ ସୁଦ୍ଧା ଭସାଣ ଶେଷ ହେବା ସମ୍ଭାବନା ରହିଛି ।

ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ କୁଆଖାଇ ଓ ଦୟାନଦୀ କୂଳରେ ଅସ୍ଥାୟୀ ପୋଖରୀ ନିର୍ମାଣ କରଯାଇ ମୂର୍ତ୍ତି ବିସର୍ଜନ କରାଯାଇଛି । ଭୁବନେଶ୍ୱରର ନୟାପଲ୍ଲୀ, ସହିଦନଗର ଏବଂ ଚନ୍ଦ୍ରଶେଖରପୁର ଭଳି ୩ଟି ସ୍ଥାନର ମୂର୍ତ୍ତି ଆରଟିଓ ପଡିଆରେ ଏକାଠି ହେବା ପରେ ଭସାଣୀ କରାଯାଇଛି ।

  • Tags:

Subscribe

National International State Sports Entertainment