କରୋନା ପାଇଁ ଏଥର ତାରାତାରିଣୀ ଯାତ୍ରାରେ ଜନସମାଗମ ମନା, ଦଣ୍ଡ ନାଚ ଉପରେ କଟକଣା
Khabar Odisha:State-Odisha-Chaitra-Parab-of-Taratarini-mela-Meeting-for-Corona-Virus-In-Ganjam
ଗଞ୍ଜାମ, ମାର୍ଚ୍ଚ ୧୫ (ଖବର ଓଡ଼ିଶା):

ଚଳିତ ବର୍ଷ ଗଞ୍ଜାମ ଚୈତ୍ର ପର୍ବ ଅର୍ଥାତ ତାରାତାରିଣୀ ଯାତ୍ରାରେ ଜନସମାଗମ ମନା । କରୋନା କବଳରେ ଏବେ ସାରା ବିଶ୍ୱ । କରୋନା ମୁକାବିଲା ପାଇଁ ଏଥର ଚୈତ୍ର ପର୍ବରେ ଜନଗହଳିକୁ ନିୟନ୍ତ୍ରଣ କରାଯିବାକୁ ନିଷ୍ପତି ହୋଇଛି ।

ଭାରତରେ ମଧ୍ୟ ଧିରେ ଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଭାରତରେ ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ ବ୍ୟକ୍ତି କରୋନାରେ ଆକାନ୍ତ ଥିବା ବେଳେ ୨ଜଣଙ୍କ ମୃତ୍ୟୁ ଘଟିଛି । କରୋନା ମୁକାବିଲା କରିବା ପାଇଁ ଓଡ଼ିଶାରେ ମଧ୍ୟ ବ୍ୟାପକ ବ୍ୟାପକ ବ୍ୟବସ୍ଥା ଆରମ୍ଭ ହୋଇଛି । ତେଣୁ ଆଜି ଗଞ୍ଜାମ ଜିଲ୍ଲାପାଳ ମଧ୍ୟ କରୋନା ମୁକାବିଲା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ଏହି ବୈଠକରେ ତାରାତାରିଣୀ ଉନ୍ନୟନ କମିଟି, ଆରଟିଓ, ଏସପି ଉପସ୍ଥିତ ଥିଲେ । ଆଗକୁ ଚୈତ୍ର ପର୍ବ ତାରାତାରିଣୀ ଯାତ୍ରା ଥିବାରୁ ଏହା ଉପରେ ବୈଠକରେ ଆଲୋଚନା ହୋଇଛି । ତାରାତାରିଣୀଙ୍କ ଚୈତ୍ରପର୍ବ ପୂଜାବିଧି ଯଥାରୀତିରେ ହେବ । କିନ୍ତୁ ଚୈତ୍ର ପର୍ବରେ ଜନ ସମାଗମ ନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଏହି ଚୈତ୍ର ପର୍ବରେ ଚଳିତ ଥର ପାନୀୟ ଜଳ ବ୍ୟବସ୍ଥା ଓ ପାର୍କିଂ ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯାଇଛି । ଜନ ସମାଗମ ସ୍ଥଳକୁ ନେବା ପାଇଁ ଗାଡ଼ି ବ୍ୟବସ୍ଥା ଉପରେ କଟକଣା ହେବ । ଏହା ସହ ଛୋଟ ପିଲାଙ୍କ ମୁଣ୍ଡନ କାର୍ଯ୍ୟ ଉପରେ ମଧ୍ୟ ନିଷେଧାଦେଶ ରହିବ ।

  • Tags:

Subscribe

National International State Sports Entertainment