କିଛିଦିନ ପରେ ଆସୁଛି ନୂଆଖାଇ । ପଶ୍ଚିମ ଓଡ଼ିଶାରେ ଚାଲିଲାଣି ପ୍ରସ୍ତୁତ ଘରେ ଘରେ ପାଳିବେ ଏହି ଗଣପର୍ବ । ପୋଷାକ ଓ ପର୍ବପର୍ବାଣୀର ପ୍ରସିଦ୍ଧ ସ୍ଥାନ ହେଉଛି ସମ୍ବଲପୁର ଯାହାର ହସ୍ତତନ୍ତ ଓ ବସ୍ତ୍ର ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭକରିଛି।ବିଶେଷ କରି ପୋଷାକ ଓ ପର୍ବପର୍ବାଣୀ ପାଇଁ ପଶ୍ଚିମ ଓଡିଶା କ୍ଷତି ଅର୍ଜନ କରିଛି ।ଏଥିପାଇଁ ଆଉ କୌଣସି ପରିଚୟ ଲୋଡ଼ା ନାଇଁ ।ସମ୍ବଲପୁରୀ ନୃତ୍ୟ ଗୀତ କଳା ଓ ସଂସ୍କୃତି ପଶ୍ଚିମ ଓଡିଶା ତଥା ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଦେଇଛି । ଦିନକୁ ଦିନ ଉନ୍ନତି ହେବାରେ ଲାଗିଛି ଏହାର କଳାକୃତି ତାହାରି ମଧ୍ୟରେ ଏବେ ଆଉ ପଡେ ଆଗକୁ ବଢିଛି ସମ୍ବଲପୁର ଜିଲ୍ଲା । ସମ୍ବଲପୁରୀ କାପଡ଼ାରୁ ତିଆରି ଅଳଙ୍କାର ସମ୍ବଲପୁରୀ ବସ୍ତ୍ରର ପ୍ରଚାର ଓ ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି ।
ରାଜ୍ୟରେ ପ୍ରଥମ ଥାର ପାଇଁ ସମ୍ବଲପୁରୀ ବସ୍ତ୍ରରୁ ତିଆରି ହୋଇଛି ବିଭିନ୍ନ ଅଳଙ୍କାର । ଏହି ଅଳଙ୍କାର ଏବେ ସମ୍ବଲପୁରୀ ବଜାରରେ ଚାହିଦା ମେଣ୍ଟାଉଛି ଯାହାର ଦ୍ୱାରା ସୁହାଇଲା ଭଳି ରହିଛି । ସମ୍ବଲପୁର ଜିଲ୍ଲା ସ୍ଥିତ ସମ୍ବଲଶ୍ରୀ ଫ୍ୟାସନ ଏହି ଅଳଙ୍କାର ତିଆରି କରିଛି । ରଙ୍ଗ,ପ୍ରିଣ୍ଟ ଓ କପଡା କ୍ୱାଲିଟି ପାଇଁ ଲୋକଙ୍କ ଆକୃଷ୍ଟ କରିଥାଏ ସମ୍ବଲପୁରୀ ବସ୍ତ୍ର । ଏବେ ସେହି କାପଡ଼ାରୁ ତିଆରି ହୋଇଥିବା ଅଳଙ୍କାର ମଧ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଛି ଯାହାକୁ ସମ୍ବଲପୁରୀ ଫେବ୍ରିକ ଅଳଙ୍କାର କୁହାଯାଉଛି ।ସମ୍ବଲପୁରୀ କାପଡ଼ାରୁ କାନଫୁଲ ,ହାର ,ବ୍ରେସଲେଟ ଓ ହେୟାର କ୍ଲିପ ତିଆରିକରି ଏବେ ଚର୍ଚ୍ଚାରେ ଅଛି ସମ୍ବଲଶ୍ରୀ ଫ୍ୟାସନ ଅନୁଷ୍ଠାନ ।ଏହି ଅଳଙ୍କାର ଗୁଡିକରେ ମାଳିକାମ ବେଶ ମନଲୋଭା ହୋଇଛି । ମନ ପସନ୍ଦର ଡ୍ରେସ ସାଙ୍ଗକୁ ମ୍ୟାଚିଙ୍ଗ ନେକଲେସ ପିନ୍ଧିବାକୁ ମନ ବଳାଇଛନ୍ତି ଯୁବପିଢ଼ି । ଏହି ଅଳଙ୍କାର ମଧ୍ୟ ମହିଳାଙ୍କ ସୌନ୍ଦର୍ଯ୍ୟ ବଢାଇବା ସହ କେତେଜଣଙ୍କୁ ଏହା ରୋଜଗାର ପନ୍ଥା ଦେଖାଇଛି। ସମ୍ବଲପୁରୀ ଡ୍ରେସ ରେ ସମ୍ବଲପୁରୀ ଅଳଙ୍କାର ବେଶ ଆକର୍ଷଣୀୟ ଦେଖାଯାଉଛି । ଆଗକୁ ନୂଆଖାଇ ପର୍ବ ପାଇଁ ସମସ୍ତେ ସମ୍ବଲପୁରୀ ଡ୍ରେସ କିଣିବା ସହ ଏହି ଅଳଙ୍କାର କିଣିବାରେ ବଜାରରେ ଭିଡଜମିଛି ।
ଅଧିକ ପଢନ୍ତୁ ;ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଶୁଭ ଲଗ୍ନ