ଏବେ ମନ୍ଦିରକୁ ଯିବାପାଇଁ ଡ୍ରେସକୋଡ ଲାଗୁହେବା ନେଇ ବହୁ ମନ୍ଦିରରେ ଦାବି କରାଯାଉଛି। ବିଶେଷ କରି ଚାରି ଧାମରେ ଏହି ନିୟମ ଲାଗୁ ହେବା ନେଇ ଦାବି କରାଯାଉଛି। କେତେକ ମନ୍ଦିରରେ ଏହି ନିୟମ ଲାଗୁ ହୋଇଥିବାବେଳେ ଆଉ କେତେକ ମନ୍ଦିରରେ ଏନେଇ ବିଚାର ବିମର୍ଶ କରାଯାଉଛି। ସେଇଭଳି ରାଜସ୍ଥାନର ଜୟପୁରରେ ଥିବା ଝାଡ଼ଖଣ୍ଡ ମହାଦେବ ମନ୍ଦିରରେ ଡ୍ରେସ କୋଡ ଲାଗୁ କରାଯାଇଛି। ଭକ୍ତମାନେ ମନ୍ଦିରରେ ପ୍ରବେଶ ବେଳେ ଫଟା ଜିନ୍ସ, ସର୍ଟସ, ଫ୍ରକ, ନାଇଟସୁଟ କିମ୍ବା ମିନି ସ୍କଟ ପିନ୍ଧିବାରେ ବାରଣ କରାଯାଇଛି। ଏନେଇ ମନ୍ଦିର ପ୍ରଶାସନ ବାହାରେ ସୂଚନା ଫଳକ ଲଗାଇଛନ୍ତି।