ଭୁବନେଶ୍ୱର, ମେ ୧୯ ( ଖବର ଓଡ଼ିଶା):
ଆଜିଠୁ ଦୁଇ ଦିନ ବନ୍ଦ୍ ରହିବ ରଥ ନିର୍ମାଣ କାର୍ଯ୍ୟ। ମହାବାତ୍ୟା ଅମ୍ଫାନ କୁ ଦୃଷ୍ଟିରେ ରଖି ୨ଦିନ ପର୍ଯ୍ୟନ୍ତ ରଥ ନିର୍ମାଣ କାମ ବନ୍ଦ ରହିବ।
ମହାବାତ୍ୟା ଅମ୍ଫାନକୁ ଦୃଷ୍ଟିରେ ରଖି ରଥଖଳାରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରଥକୁ ଘୋଡ଼ାଇ ରଖିବା ସହ ବର୍ଷାରେ ଯେଭଳି କ୍ଷୟକ୍ଷତି ନ ହେବ ସେଥିପ୍ରତି ଧ୍ୟାନ ଦିଆଯାଇଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ଅନ୍ୟପକ୍ଷରେ, ସମସ୍ତ ୪୨ଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ନନ୍ଦିଘୋଷଙ୍କ ରଥର ୯ଟି, ଦେବୀ ସୁଭଦ୍ରାଙ୍କ ରଥର ୭ଟି ଏବଂ ବଳଭଦ୍ରଙ୍କ ରଥର ୮ଟି ଚକ କାର୍ଯ୍ୟ ଏଯାଏ ସମ୍ପନ୍ନ ହୋଇଛି। ରଥ ନିର୍ମାଣରେ ନିୟୋଜିତ ସମସ୍ତ ସେବାୟତମାନେ ସୁସ୍ଥ ଥିବା ଜଣାପଡ଼ିଛି। ସମସ୍ତଙ୍କ ଥର୍ମାଲ ସ୍କ୍ରିନିଂ ପରେ ଏହା ସ୍ପଷ୍ଟ ହୋଇଛି।