ମହାପ୍ରଭୁଙ୍କ ରଥଯାତ୍ରା ଆଶା ଉଜ୍ଜୀବିତ, ଆଜିଠୁ ଆରମ୍ଭ ହୋଇଛି ରଥ ନିର୍ମାଣ କାମ
Khabar Odisha:Rath-work-started
ଭୁବନେଶ୍ୱର, ମେ ୮ ( ଖବର ଓଡ଼ିଶା):

 କରୋନା ନେଇ ଲାଗି ରହିଥିବା ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଉପରେ ଦ୍ୱନ୍ଦ୍ୱ ଦୂର ହୋଇଛି । କଟକଣା ମଧ୍ୟରେ ଆଜିଠୁ ଆରମ୍ଭ ହୋଇଛି ରଥ ନିର୍ମାଣ କାମ। 

ବିଳମ୍ବରେ ହେଲେ ମଧ୍ୟ ଆଜିଠୁ ଆରମ୍ଭ ହୋଇଛି ରଥ କାମ । ଚଳଚଞ୍ଚଳ ହୋଇଛି ରଥ ଖଳା । ବିଶ୍ଵକର୍ମା ମାନେ ଆଜି ରଥ ଖଳାରେ ପହଞ୍ଚି କାମ ଆରମ୍ଭ କରିଛନ୍ତି। ଆଜିଠୁ ଚକ ନିର୍ମାଣର ପ୍ରାରମ୍ଭିକ କାର୍ଯ୍ୟ ତୁମ୍ବ ନିର୍ମାଣ ଆରମ୍ଭ ହେଉଛି । ନିର୍ମାଣ ନେଇ କେନ୍ଦ୍ର ସରକାରଙ୍କ ଅନୁମତି ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ରଥ ନିର୍ମାଣକୁ ନିର୍ଦ୍ଦେଶ ଦିଆଯାଇଛି । ରଥ ନିର୍ମାଣ ସମୟରେ ଲକ୍ ଡାଉନ୍ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ଏହାଛଡା ସେତେବେଳର ପରିସ୍ଥିତି ଅନୁଯାୟୀ ରଥଯାତ୍ରା ନେଇ ରାଜ୍ୟ ସରକାର ନିଷ୍ପତି ନେଇପାରିବେ ବୋଲି କହିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ଲକ୍ ଡାଉନ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ଧାର୍ମିକ ସମାବେଶ ନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଗତକାଲି ପୁରୀ ଜିଲ୍ଲାପାଳ ଓ ସେବାୟତଙ୍କୁ ନେଇ ହୋଇଥିବା ବୈଠକ ରେ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି କାମ କରିବାକୁ ନିଷ୍ପତି ହୋଇଛି ।

  • Tags:

Subscribe

National International State Sports Entertainment