ଭୁବନେଶ୍ୱର, ଡିସେମ୍ବର 08 (ଖବର ଓଡିଶା)
ପୁଣି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ । ବାରମ୍ବାର ଅଭିଯୋଗ ସତ୍ୱେ ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ନିଆଯାଉନାହିଁ ପଦକ୍ଷେପ । ମହାପ୍ରସାଦ ବିକ୍ରି କରୁଛନ୍ତି ଗୋଟିଏ ପରେ ଗୋଟିଏ ଅନଲାଇନ ସପିଂ ସଂସ୍ଥା । କିଏ ନିର୍ମାଲ୍ୟ ତ ଆଉ କିଏ ବିକ୍ରି କରୁଛି ମହାପ୍ରଭୁଙ୍କ ମହାପ୍ରସାଦ । ପୁଣି ଏମିତି ଏକ ଘଟଣା ସାମ୍ନାକୁ ଆସିଛି ।
ପିଣ୍ଟେରେଷ୍ଟ ନାମକ ଏକ ଅନଲାଇନ ସଂସ୍ଥା ମହାପ୍ରଭୁଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରୁଥିବା ଜଣାପଡିଛି । ଏହାକୁ ନେଇ ସେବାୟତ ମହଲରେ ପୁଣି ନିନ୍ଦା କରାଯାଇଥିବା ବେଳେ ସମ୍ପୃକ୍ତ ସଂସ୍ଥା ବିରୋଧରେ ଏତଲା ଦେବା ପାଇଁ ଯୋଜନା କରାଯାଉଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ଦେଖିବାକୁ ମିଳିଥିବା ବେଳେ ନିକଟ ଅତୀତରେ ଆମାଜନ ଅନଲାଇନରେ ନିର୍ମାଲ୍ୟ ବିକ୍ରି କରୁଥିବା ନେଇ ଅଭିଯୋଗ ଆସିଥିଲା । ଏହାପରେ ଶ୍ରୀମନ୍ଦିର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ, ସୁଆର ମହାସୁଆର ନିଯୋଗ, ପରେ ଶ୍ରୀମନ୍ଦିର ପ୍ରଶାସନ ଆମାଜନ ନାଁରେ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ ।