ଚନ୍ଦନ ଯାତ୍ରା ପାଇଁ ୧୨ ରୁ ଆରମ୍ଭ ହେବ ସେବାୟତ ମାନଙ୍କ କୋଭିଡ୍ ଟେଷ୍ଟ, ରିପୋର୍ଟ ନେଗେଟିଭ୍ ଆସିବା ପରେ ହିଁ ହୋଇପାରିବେ ସାମିଲ
Khabar Odisha:For-Chandan-Yatra-Covid-Tests-Of-Sevayats-Starts-From-12th-May

ପୁରୀ, ମେ ୯ (ଖବର ଓଡ଼ିଶା): ଆଉ ଦିନ କେଇଟା ପରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା କଟକଣା ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ହେବାକୁ ଯାଉଛି ।

ଚଳିତ ଥର ମନ୍ଦିର ବାହାରେ ଚନ୍ଦନ ଯାତ୍ରା କରିବାକୁ ଅନୁମତି ମିଳିଥିବା ବେଳେ କେବଳ ପରମ୍ପରା ବଜାୟ ରଖିବା ପାଇଁ ରଥଯାତ୍ରା ଭଳି ବିନା ଭକ୍ତରେ ଚନ୍ଦନ ଯାତ୍ରା କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି।

ଆସନ୍ତା ୧୫ ତାରିଖରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ହେବାକୁ ଥିବା ବେଳେ ଏନେଇ ଏକ ସ୍ୱତନ୍ତ୍ର ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଛି । କେବଳ ସେବାୟତ ମାନଙ୍କ ଦ୍ୱାରା ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ ଏବଂ ଯେଉଁ ସେବାୟତ ମାନେ ଚନ୍ଦନ ଯାତ୍ରାରେ ସାମିଲ ହେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେମାନଙ୍କ ତାଲିକା କରାଯାଇଛି ଓ ଆସନ୍ତା ୧୨ ତାରିଖରୁ ସେମାନଙ୍କ କୋଭିଡ୍ ଟେଷ୍ଟ କରାଯିବ ।

ଋିପୋର୍ଟ ନେଗେଟିଭ୍ ଆସିବା ପରେ ହିଁ ସେବାୟତ ମାନେ ଚନ୍ଦନ ଯାତ୍ରାରେ ସାମିଲ ହୋଇ ପାରିବେ । ଅନ୍ୟପଟେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ଅନ୍ୟ ସବୁ ପ୍ରସ୍ତୁତି କୁ ମଧ୍ୟ ଚୂଡାନ୍ତ କରାଯାଇଛି । ସମସ୍ତ କୋଭିଡ୍ କଟକଣା ଅନୁପାଳନ କରି ଚଳିତ ବର୍ଷ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି ।

  • Tags:

Subscribe

National International State Sports Entertainment