ଆଜି ବିଜୟା ଦଶମୀ, ସ୍ୱତନ୍ତ୍ର ଭାବରେ ବଙ୍ଗିୟ ପରମ୍ପରାରେ ଚାଲିଛି ମା’ ଦୁର୍ଗାଙ୍କ ପୂଜା
Khabar Odisha:Durga-puja-in-Kolkata

କୋଲକାତା, ଅକ୍ଟୋବର ୧୫(ଖବର ଓଡ଼ିଶା): ଓଡ଼ିଆ ପରମ୍ପରା ବ୍ୟତୀତ ବଙ୍ଗୀୟ ପରମ୍ପରାରେ ମଧ୍ୟ ହୋଇଥାଏ ମା’ଙ୍କ ପୂଜାର୍ଚ୍ଚନା । ବିଶେଷ ଭାବରେ ଦୂର୍ଗାପୂଜା କହିଲେ କୋଲକାତା ପୂଜା ପ୍ରଥମେ ମନକୁ ଆସିଥାଏ ।

ପଶ୍ଚିମବଙ୍ଗରେ ଦୂର୍ଗାପୂଜାର ରହିଛି ବିଶେଷ ମହତ୍ୱ । ମୂର୍ତ୍ତି ଠାରୁ ଆରମ୍ଭ କରି ସାଜସଜ୍ଜା ପର୍ଯ୍ୟନ୍ତ ସବୁଥିରେ କିଛି ଭିନ୍ନତା ଦେଖିବାକୁ ମିଳେ କୋଲକାତା ଦୂର୍ଗାପୂଜାରେ ।

କୋଲକାତା ପୂଜାର ଅନ୍ୟତ୍ତମ ଆକର୍ଷଣ ହେଉଛି ‘ସିନ୍ଦୁର ଉତ୍ସବ’ ଯାହାକୁ ପଶ୍ଚିମବଙ୍ଗରେ ସିନ୍ଦୁର ଖେଲା ବୋଲି କୁହାଯାଏ । ନବରାତ୍ରର ଶେଷ ଦିନରେ ବା ଦଶମୀ ତିଥିରେ ବଙ୍ଗୀୟ ପରମ୍ପରାରେ ଏହି ଉତ୍ସବ ପାଳନ କରାଯାଇଥାଏ । 

ବଙ୍ଗଳା ସମାଜରେ ନବରାତ୍ରିର ନଅ ଦିନ ପୂଜା କରିବା ପରେ ଦଶମ ଦିନରେ ସିନ୍ଦୂର ଖେଳିବାର ଏକ ପରମ୍ପରା ରହିଛି । ଏହି ଦିନ ବିବାହିତ ମହିଳାମାନେ ପରସ୍ପର ସହିତ ସିନ୍ଦୁରର ହୋଲି ଖେଳିଥାନ୍ତି । 

ଦୁର୍ଗା ପୂଜା ସମୟରେ ମା ଦୂର୍ଗାଙ୍କୁ ୯ ଦିନ ଧରି ପୂଜା କରାଯାଏ । ବିଶ୍ୱାସ କରାଯାଏ ଯେ ନବରାତ୍ରୀ ସମୟରେ ମାତା ଦୁର୍ଗା ତାଙ୍କ ମା’ଙ୍କ ଘରକୁ ୧୦ ଦିନ ଆସନ୍ତି । ଏହି ନଅ ଦିନ ମଧ୍ୟରେ ଦେବୀ ଦୁର୍ଗାଙ୍କୁ ପୂଜା କରାଯାଇ ଶେଷ ଦିନରେ ଅବା ଦଶମି ଦିନ ଦେବୀ ଦୁର୍ଗାଙ୍କୁ ସିନ୍ଦୁରର ହୋଲି ଖେଳି ବିଦାୟ ଦିଆଯାଇଥାଏ । 

ବିବାହିତ ମହିଳାମାନେ ଏହି ଦିନ ପାନ ପତ୍ର ସହିତ ଦେବୀ ଦୁର୍ଗାଙ୍କୁ ସିନ୍ଦୁର ଅର୍ପଣ କରିବାର ପରମ୍ପରା ରହିଆସିଛି । କୁହାଯାଏ ଯେ ମା’ ଦୂର୍ଗା ଯେତେବେଳେ ନିଜ ବାପ ଘର ଛାଡି ଶାଶୁଘରକୁ ଯାଇଥାନ୍ତି ସେହି ସମୟରେ ତାଙ୍କୁ ସିନ୍ଦୁର ଅର୍ପଣ କରାଯାଇ ନୂଆ ବୋହୁଟିଏ ଭଳି ସଜାଇ ବିଦାୟ ଦିଆଯାଏ । 

ଦଶମୀରେ ସିନ୍ଦୁର ଉତ୍ସବ ପାଳନ କରିବାର ପରମ୍ପରା ବର୍ଷ ବର୍ଷ ଧରି ଚାଲିଆସୁଛି । ବିଶେଷ କରି ବଙ୍ଗାଳୀ ସମାଜରେ ଏହାର ବିଶେଷ ମହତ୍ତ୍ୱ ରହିଛି । ପ୍ରାୟ ୪୫୦ ବର୍ଷ ଧରି ଏହି ପରମ୍ପରା ପଶ୍ଚିମବଙ୍ଗରେ ପାଳନ କରାଯାଇ ଆସୁଛି । ସିନ୍ଦୁ ଖେଲାକୁ ନେଇ ଅନେକ ଇତିହାସ ମଧ୍ୟ ରହିଛି ।

ଏହି ଦିନ ବିବାହିତ ମହିଳା ମାନେ ସିନ୍ଦୁରର ହୋଲି ଖେଳିବା ଦ୍ୱରା ସେମାନେ ସ୍ୱଭାଗ୍ୟବତୀ ହେବା ସହିତ ସ୍ୱାମୀଙ୍କ ଆୟୁଷ ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି । 

ସିନ୍ଦୂର ଖେଲା ଦିନ ବଙ୍ଗଳା ସମ୍ପ୍ରଦାୟରେ ଧୁନୁଚି ନୃତ୍ୟ କରିବାର ପରମ୍ପରା ମଧ୍ୟ ରହିଛି । ମା ଦୁର୍ଗାଙ୍କୁ ଖୁସି କରିବା ପାଇଁ ଏହି ବିଶେଷ ପ୍ରକାରର ନୃତ୍ୟ ପରିବେଷଣ କରାଯାଏ ।

  • Tags:

Subscribe

National International State Sports Entertainment