ଖାଁ ଖାଁ ପୂଜା ମଣ୍ଡପ, ଭକ୍ତ ଓ ଭଗବାନଙ୍କ ମଧ୍ୟରେ ବାଧକ ସାଜିଛି କରୋନା କଟକଣା
Khabar Odisha:Durga-Puja-In-Cuttack--Bhubaneswar

କଟକ, ଅକ୍ଟୋବର ୧୫(ଖବର ଓଡ଼ିଶା): ମା’ ଆସିଛନ୍ତି । ଆଜି ଦୁର୍ଗାତ୍ସୋବର ଶେଷ ଦିନ ହୋଇଥିବା ବେଳେ ମା’ଙ୍କୁ ଟିକେ ଦର୍ଶନ କରିବା ପାଇଁ ଭକ୍ତଙ୍କ ମନରେ ଅହେତୁକ ଉତ୍କଣ୍ଠା ରହିଥିବା ବେଳେ କିନ୍ତୁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ବାଧକ ସାଜିଛି କରୋନା କଟକଣା ।

ପୁରା ରାଜ୍ୟରେ କରୋନା କଟକଣା ମଧ୍ୟରେ ପୂଜା ଚାଲିଥିବା ବେଳେ କଟକ ଭୁବନେଶ୍ୱରରେ କଟକଣା ଅଧିକ କଡାକଡି ରହିଛି । ଏମିତି ହୁଏତ ପ୍ରଥମ ଥର ପାଇଁ ହୋଇଛି ଯେ ଦଶମୀ ପୂଜାରେ ଖାଁ ଖାଁ ହୋଇପଡିଛି ମଣ୍ଡପ ଓ ମନ୍ଦିର ।

ତିନି ପାଶ୍ୱର୍ ବନ୍ଦ କରି କେବଳ ରୀତିନୀତି ବଜାୟ ରଖିବା ପାଇଁ ସୀମିତ ପଣ୍ଡିତ ଓ କମିଟି ସଦସ୍ୟଙ୍କୁ ନେଇ ପୂଜା କରିବାକୁ ଗାଇଡଲାଇନ୍ ଜାରି କରାଯାଇଛି । ଯାହାକୁ ନେଇ ଆଜି ଆଉ ଚଳଚଞ୍ଚ ହୋଇପଡିନି ଟ୍ୱିନସିଟି ।

କଟକରେ ବିଶେଷ ଭାବରେ ମା’ଙ୍କ ପୂଜା କରାଯାଉଥିବା ବେଳେ ହଜାର ହଜାର ଲୋକଙ୍କ ଭିଡ ଯବିଥାଏ ମା’ଙ୍କୁ ଟିକିଏ ଦର୍ଶନ କରିବା ପାଇଁ ମାତ୍ର ଆଜି ଭକ୍ତଙ୍କ ସେ ସବୁ ଆଶା ନିରାଶା ରେ ପରିଣତ ହୋଇଛି ।

ରାଜଧାନୀ ଭୁବନେଶ୍ୱର ସମେତ କଟକର ପ୍ରାୟ ସବୁ ପୂଜା ପଣ୍ଡାଲରେ ମାକ୍ଷଙ୍କ ପୂଜା ଚାଲିଛି ମାତ୍ର ଭକ୍ତ ଆସି ନାହାନ୍ତି ମା’ଙ୍କୁ ଦର୍ଶନ କରିବା ପାଇଁ ।

  • Tags:

Subscribe

National International State Sports Entertainment