ଉଠିଲା ସଟଡାଉନ୍‌: ଶନିବାର ଓ ରବିବାର ଶ୍ରୀମନ୍ଦିରରେ ସାଧାରଣ ଲୋକଙ୍କୁ ଦର୍ଶନ ଅନୁମତି ମିଳିବ କି ନାହିଁ, ନିଷ୍ପତିକୁ ଅପେକ୍ଷା
Khabar Odisha:Devotees-Waited-For-Srimandir-Committee-Decision-regarding-temple-open-in-Saturday--Sunday

ପୁରୀ, ସେପ୍ଟେମ୍ବର ୧ (ଖବର ଓଡ଼ିଶା): ଆଜି ଠାରୁ ରାଜ୍ୟରେ ଲାଗୁ ହୋଇଛି ନୂଆ ଗାଇଡଲାଇନ୍ । ପୂର୍ବରୁ ଜାରି ହୋଇଥିବା ପ୍ରାୟ ସବୁ କଟକଣାକୁ ସେପ୍ଟେମ୍ବର ଗାଇଡଲାଇନ୍ ରେ କୋହଳ କରିଛନ୍ତି ରାଜ୍ୟ ସରକାର । ଏମିତିକି ପୁରୀ, କଟକ ଓ ଖୋର୍ଦ୍ଧାରେ ଲାଗୁ ଥିବା ସପ୍ତାହାନ୍ତ ସଟଡାଉନ୍ କଟକଣା ମଧ୍ୟ ଉଠାଇ ଦିଆଯାଇଛି ।

ତେବେ ପୂର୍ବ ସଟଡାଉନ୍ ଯୋଗୁଁ ଶନିବାର ଓ ରବିବାର ସାଧାରଣ ଲୋକଙ୍କ ଦର୍ଶନ ବନ୍ଦ ରହିଥିଲା । ମାତ୍ର ଏବେ କଟକଣା କୋହଳ ହେବା ପରେ ଏଣିକି ଶନିବାର ଓ ରବିବାର ଶ୍ରୀମନ୍ଦିରରେ ସାଧାରଣ ଲୋକଙ୍କୁ ଦର୍ଶନ ଅନୁମତି ମିଳିବ କି ନାହିଁ ତାକୁ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତି ହୋଇ ପାରିନାହିଁ ।

ତେବେ ଆସନ୍ତା ସପ୍ତାହରେ ଏନେଇ ମନ୍ଦିର ପ୍ରଶାସନର ଏକ ବୈଠକ ବସିବାକୁ ଯାଉଛି ଯେଉଁଥିରେ ଶନିବାର ଓ ରବିବାର ମନ୍ଦିର ଖୋଲିବା ପ୍ରସଙ୍ଗରେ ନିଷ୍ପତି ନିଆଯିବ ବୋଲି ଜଣାପଡିଛି ।

ତେବେ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ଶନିବାର ଓ ରବିବାର ସାଧାରଣ ଲୋକଙ୍କ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଦେଇଥିଲଶ ମାତ୍ର ଏବେ ପୁରା ଜିଲ୍ଲାରୁ ସଟଡାଉନ୍ କଟକଣା ଉଠିବା ପରେ ଶ୍ରୀମନ୍ଦିରରେ କଟକଣା ଜାରି ରହିବ ନା କୋହଳ କରାଯିବ ତାକୁ ନେଇ ଅପେକ୍ଷାରେ ସାଧାରଣ ଲୋକ ।

  • Tags:

Subscribe

National International State Sports Entertainment