ଏଥର ମହାବିଦ୍ୟାଳୟରେ ବିଶ୍ଵର ସର୍ବପୁରାତନ ଧର୍ମ 'ସନାତନ ଧର୍ମ'କୁ ମହାବିଦ୍ୟାଳୟରେ ଅଧ୍ୟୟନ କରିପାରିବେ ଛାତ୍ରଛାତ୍ରୀ। ସାରା ଵିଶ୍ଵ ଏବେ ସନାତନ ଧର୍ମକୁ ଆପଣାଉଛି | ସନାତନ ଧର୍ମର ପ୍ରଚାରକମାନେ ଵିଶ୍ଵକୁ ହିନ୍ଦୁ ଦେଵା ଦେଵୀ, ପୈାରାଣିକ ଗାଥା, ଧର୍ମ, ଵଞ୍ଚିଵା ତଥା ସଫଳ ଵ୍ୟକ୍ତିତ୍ଵ ହେଵାରେ ମାର୍ଗ ଦେଖାଇଥାନ୍ତି । ଏଵେ ଏସଵୁ ଜ୍ଞାନକୁ ମହାଵିଦ୍ୟାଳୟରୁ ଅଧ୍ୟୟନ କରିଵେ ଛାତ୍ରଛାତ୍ରୀ।
ବର୍ତ୍ତମାନ,ଗୁଜୁରାଟର ମହାରାଜା ମୟାଜିରା ଓ ମହାଵିଦ୍ୟାଳୟର ଇଂରାଜି ଵିଭାଗ ସନାତନ ଧର୍ମ ଆଧାରିତ ଏକ ସ୍ଵତନ୍ତ୍ର କୋର୍ସ ଆଣିଛି । ଯେଉଁଥିରେ ହିନ୍ଦୁ ଧର୍ମରେ ବର୍ଣ୍ଣିତ ବଞ୍ଚିବାର ଶୈଳୀ, ଇଶ୍ଵରଙ୍କୁ ପାଇବାର ମାର୍ଗ ଆଦି ବିଷୟରେ ଛାତ୍ରଛାତ୍ରୀ ଅଧ୍ୟୟନ କରିପାରିବେ। ସେଠାରେ ଉପନିଷେଦରୁ ସନାତନ ଧର୍ମ ଉପରେ ଶିକ୍ଷା ଦିଆଯିବ। ଫଳରେ ଛାତ୍ରଛାତ୍ରୀମାନେ ସନାତନ ଧର୍ମ ଉପରେ ଜ୍ଞାନ ଆହରଣ କରିପାରିବେ |ଏବେ ସୁଦ୍ଧା ସନାତନ ଧର୍ମର ସ୍ଵତନ୍ତ୍ର କୋର୍ସ ପାଇଁ ୧୬୦ ଜଣ ଆବେଦନ କରିସାରିଛନ୍ତି । ଏହି ବିଭାଗରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ପ୍ରଥମ ସେମିଷ୍ଟାରରେ ଶ୍ରୀମଦ ଭାଗବତ ଗୀତା, ଉପନିଷେଦ ଏବଂ ଅନ୍ୟାନ୍ୟ ପୌରାଣିକ ଗ୍ରନ୍ଥକୁ ପାଠ୍ୟ ପୁସ୍ତକ ଭାବେ ବ୍ୟବହାର କରିବେ ।
ସନାତନ ଧର୍ମର ପ୍ରକୃତ ଅର୍ଥ ହେଉଛି ଇଶ୍ଵର ପ୍ରାପ୍ତି । ଧର୍ମର ଅନୁଗାମୀମାନେ ନିଜକୁ ସନାତନୀ ବୋଲି କହିଥାନ୍ତି । ବଞ୍ଚିବାର ପ୍ରକୃତ ମାର୍ଗ ସନାତନ ଧର୍ମ ହିଁ ଦେଖାଏ । ତେବେ ଏନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।