ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି, 4 ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
Khabar Odisha:Banaklagi-rituals-at-Srimandira
ପୁରୀ, ମାର୍ଚ୍ଚ 03( ଖବର ଓଡ଼ିଶା)

 ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ।  ଶ୍ରୀଜୀଉଙ୍କର ଶ୍ରୀମୁଖ ଶୃଙ୍ଗାର କରାଯିବ । ଏହା ଏକ ଗୁପ୍ତ ସେବା ବନକଲାଗି ନୀତି ହୋଇଥିବାରୁ ସାଧାରଣ ଦର୍ଶନକୁ ଅପରାହ୍ନରେ 4ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ  । କିନ୍ତୁ ଏହି ସମୟରେ ଶ୍ରଦ୍ଧାଳୁମାନେ ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିପାରିବେ ।

ବନକଲାଗି ନୀତିର ବିଧି ଅନୁସାରେ, ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ପରେ ଦତ୍ତ ମହାପାତ୍ର ସେବକଙ୍କ ଦ୍ୱାରା ବନକଲାଗି ବିଧି ଗୁପ୍ତସେବା ସମ୍ପାଦନ କରାଯିବ ।  ତେବେ ଶ୍ରୀଜୀଉଙ୍କର ଶ୍ରୀମୁଖ ସିଂହାର ପାଇଁ ହିଙ୍ଗୁଳ, ଶଂଖ, କେଶର, କଇଁଥ, ଅଠା, କର୍ପୂର, କଜ୍ୱଳ, କସ୍ତୁରୀ, ହରିତାଳ ଓ ତେଲର ସମ୍ମିଶ୍ରଣରେ ପ୍ରସ୍ତୁତ ହୋଇଥିବା ବନକକୁ ବ୍ୟବହାର କରାଯାଇଥାଏ । ଏହି ବିଶେଷ ନୀତି ସପ୍ତାହର ବୁଧବାର କିମ୍ବା ଗୁରୁବାର ଦିନ ସମ୍ପାଦନ କରାଯାଇଥାଏ । ଏହି ପ୍ରାକୃତିକ ପ୍ରଣାଳୀରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ ।ଦ୍ୱିତୀୟ ଭୋଗ ମଣ୍ଡପ ପରେ ଅପରାହ୍ନରେ 4ଘଣ୍ଟା ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ । 

  • Tags:

Subscribe

National International State Sports Entertainment