ରଥ ଉପରେ ସରିଲା ମହାପ୍ରଭୁଙ୍କ ଅଧରପଣା ନୀତି, ଆସନ୍ତାକାଲି ନୀଳାଦ୍ରି ବିଜେ
Khabar Odisha:Adharapana-rituals-complete
ଭୁବନେଶ୍ୱର, ଜୁଲାଇ ୩ ( ଖବର ଓଡ଼ିଶା):

 ତିନି ରଥ ଉପରେ ଆଜି ଶ୍ରୀଜୀଉଙ୍କ ଅଧରପଣା ନୀତି ସମ୍ପନ୍ନ ହୋଇଛି। ନୀତି ଅନୁସାରେ ତିନୋଟି ଲେଖାଏଁ ମୋଟ୍ ୯ଟି ତୁମ୍ବାକୃତି ମାଟିପାତ୍ରରେ ପ୍ରସ୍ତୁତ ପଣା ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଅର୍ପଣ କରାଯାଇଛି। 

ଷୋଡଶ ଉପଚାର ବିଧିରେ ମହାପ୍ରଭୁଙ୍କୁ ଅଧରପଣା ଦିଆଯାଏ । ଶେଷ ପର୍ଯ୍ୟାୟରେ ଠାକୁରଙ୍କୁ ପଣା ସମର୍ପଣ ପରେ ରଥ ଉପରେ ପଣା ହାଣ୍ଡିକୁ ଭାଙ୍ଗି ଦିଆଯାଇଛି । ଆସନ୍ତାକାଲି ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ନୀତି ରହିଛି । ଜନ୍ମବେଦୀ ରୁ ଲୀଳା ଖେଳ ପରେ ବାହୁଡ଼ି ଥିବା ତିନି ଠାକୁର ଶ୍ରୀମନ୍ଦିର ପ୍ରବେଶ କରିବେ ।

ରଥାରୂଢ ବିଗ୍ରହମାନଙ୍କୁ ରଥ ଉପରେ ଅର୍ପିତ ପଣା ପ୍ରସାଦକୁ ଅଧରପଣା କୁହାଯାଏ । କ୍ଷୀର, ସାକର, ଛେନା, ଖଇ, କଦଳୀ, ନବାତ ଆଦିକୁ ମିଶ୍ରଣ କରି ଏହି ପଣା ପ୍ରସ୍ତୁତ କରାଯାଇଥିଲା । ରାଧାବଲ୍ଲଭ ମଠ ଓ ସିଂହଦ୍ୱାର ସମ୍ମୁଖ କୂଅରୁ ଜଳ ଆଣି ମହାସୁଆର ସେବକମାନେ ପଣା ପ୍ରସ୍ତୁତ କରିଥିଲେ। ପ୍ରସ୍ତୁତ ରହିଥିବା ହାଣ୍ଡି ଉପରେ କରିଆକନା ପକାଇ ପାଣିକୁ ଛାଣି ପଣା ପ୍ରସ୍ତୁତ କରାଯାଇଥିଲା। ପ୍ରତି ଠାକୁରଙ୍କ ନିକଟରେ ୩ ହାଣ୍ଡି ଲେଖାଏଁ ପଣା ଲାଗି କରାଯାଇଥିଲା।  ଶ୍ରୀଜୀଉମାନଙ୍କୁ ପଣା ଲାଗି ପରେ ତେତିଶି କୋଟି ଦେବା ଦେବୀ ଓ ଚଣ୍ଡି ଚମଣ୍ଡାଙ୍କୁ ସେହି ପଣା ଅର୍ପଣ ଉଦ୍ଦେଶ୍ୟରେ ମାଟି ପାତ୍ରଗୁଡିକୁ ରଥ ଉପରେ ଭଙ୍ଗା ଯାଇଥିଲା। ଅନ୍ୟପକ୍ଷରେ କରୋନା କଟକଣା ମଧ୍ୟରେ ଚଳିତ ଥର ବିନା ଭକ୍ତରେ ସବୁ ନୀତି କରାଯାଇଛି ।

  • Tags:

Subscribe

National International State Sports Entertainment