ଅଜବ ସଉକ, ଆଖିରେ କଲେ ଟାଟୁ, ଅନ୍ଧ ଭଳି ରହିଲେ ୩ ସପ୍ତାହ
Khabar Odisha:ajab-khabar-odisha-girl-goes-blind-for-three-weeks-after-getting-her-eyeballs-tattooed-blue-eyes-white-dragon
ଭୁବନେଶ୍ଵର, ନଭେମ୍ବର ୦୪ (ଖବର ଓଡିଶା) :

 ପ୍ରାୟ ସବୁ ଲୋକଙ୍କର କିଛି ନା କିଛି ସଉକ ରହିଥାଏ। ଆଜି ଆମେ ଆପଣଙ୍କୁ ଏଭଳି ଜଣେ ଯୁବତୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଟାଟୁ ପାଇଁ ଏତେ ପାଗଳ ଯେ ନିଜ ଆଖିରେ ସେ ଟାଟୁ କରିଛନ୍ତି। ସେ ନିଜ ଶରୀରରେ ୨୦୦ ଟାଟୁ କରିଛନ୍ତି। ତାଙ୍କୁ ଟାଟୁ ଦୁନିଆର ଡ୍ରାଗନ ଗର୍ଲ ବୋଲି କୁହାଯାଉଛି। 

୨୪ ବର୍ଷୀୟା ଏମ୍ବର ଲ୍ୟୁକଙ୍କର ଟାଟୁ ପାଇଁ ଏଭଳି ସଉକ ରହିଛି ଯେ, ସେ ନିଜ ଆଖିରେ ଟାଟୁ କରିଛନ୍ତି। ନ୍ୟୁ ସାଉଥରେ ରହୁଥିବା ଏମ୍ବର ନିଜ ଲୋକ ବଦଳାଇବା ପାଇଁ ଏଯାଏଁ ୧୮.୩୭ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରି ସାରିଛନ୍ତି। ସେ ନିଜକୁ ନୀଳ ଆଖିର ଧଳା ଡ୍ରାଗନ ନାମକୁ ଖୁବ୍ ପସନ୍ଦ କରନ୍ତି। ଏନେଇ ଏମ୍ବର କହିଛନ୍ତି ଯେ, ଆଖିରେ ଟାଟୁ କରିବା ତାଙ୍କ ପାଇଁ ବେଶ୍ କଠିନ ଥିଲା। ଏହି କାମ ପାଇଁ ୪୦ ମିନିଟ୍ ସମୟ ଲାଗିଥିଲା। ଏହାପରେ ୩ ସପ୍ତାହ ଯାଏଁ ତାଙ୍କୁ ଅନ୍ଧ ଭଳି ରହିବାକୁ ପଡିଥିଲା। 

ଆଖିରେ ଟାଟୁ କରିବାର ଅନୁଭବ ବିଷୟରେ ଏମ୍ବର କହିଛନ୍ତି ଯେ, ମୋ ଆଖିରେ ଇଙ୍କ ପକାଇବା ସମୟରେ ଏଭଳି ଲାଗୁଥିଲା ଯେପରି କେହି ୧୦ଟି କାଚ ଟୁକୁଡା ମୋ ଆଖିରେ ଫୁଟୋଉଛି। ଏହି ପ୍ରକ୍ରିୟା ବର୍ଷକରେ ୪ ଥର କରିବାକୁ ପଡିଥିଲା। ଯଦି ଏଥିରି ତିଳେ ମାତ୍ର ତ୍ରୁଟି ହୋଇଥାନ୍ତା ତେବେ ତାଙ୍କୁ ସବୁଦିନ ପାଇଁ ଦୃଷ୍ଟିଶକ୍ତି ହରାଇବାକୁ ପଡିଥାନ୍ତା। ସେ ୨୦୨୦ ମଧ୍ୟରେ ସମ୍ପୂର୍ଣ୍ଣ ଶରୀରରେ ଟାଟୁ କରିବାକୁ ଲକ୍ଷ୍ୟ ରଖିଛନ୍ତି। ୧୬ ବର୍ଷ ବୟସରୁ ତାଙ୍କର ଟାଟୁ ପ୍ରତି ସଉକ ଆସିଥିଲା। 

Subscribe

National International State Sports Entertainment