Home >
ଆଶ୍ୱସ୍ତି: ସବୁଠାରୁ ନିମ୍ନ ସ୍ତରରେ ମହଙ୍ଗା ଦର
Khabar Odisha:national-odisha-Retail-Inflation-Cools-Further-To-2-05-Percent-In-January-On-Easing-Food-Prices
ନୂଆଦିଲ୍ଲୀ,ଫେବ୍ରୁଆରୀ୧୨(ଖବର ଓଡିଶା)

ଡିସେମ୍ବର ମାସ ତୁଳନାରେ ଜାନୁଆରୀ ମାସରେ ଖାଉଟି ମୁଦ୍ରାସ୍ପୀତି ବର୍ତ୍ତମାନର ସବୁଠାରୁ କମ ସ୍ତରରେ ପହଞ୍ଚିଛି । ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସଂଖ୍ୟା ଅନୁସାରେ ଜାନୁଆରୀରେ ଖୁଚୁରା ମହଙ୍ଗା ଦର ୨.୦୫ ପ୍ରତିଶତ ରହିଛି । ଡିସେମ୍ବର ମାସରେ ଖାଉଟି ମହଙ୍ଗା ଦର ୨.୧୯ ପ୍ରତିଶତ ରହିଥିଲା ଯାହା ନଭେମ୍ବର ମାସରେ ୨.୩୩ ପ୍ରତିଶତ ରହିଥିଲା । ସେପଟେ ଆଇଆଇପି ୨.୪ ପ୍ରତିଶତ ରହିଛି । 

ଅଣ୍ଡା, ପରିବା ସମେତ ଅନ୍ୟ ଖାଦ୍ୟ ବସ୍ତୁର ଦର କମିବା ଫଳରେ ମୁଦ୍ରାସ୍ପୀତି ଗତ ମାସ ତୁଳନାରେ ଜାନୁଆରୀ ମାସରେ କମି ୨.୦୫ ପ୍ରତିଶତରେ ପହଞ୍ଚିଛି । ଏହା ୧୯ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଜାନୁଆରୀ ୨୦୧୮ରେ ଖାଉଟି ମୁଦ୍ରାସ୍ପୀତି ୫.୦୭ ରହିଥିଲା ।

ସିଏସଓ କାର୍ଯ୍ୟାଳାୟ ପକ୍ଷରୁ କୁହାଯାଇଛି ଯେ ତୈଳ ଏବଂ ଲାଇଟ କେଟେଗୋରିରେ ମଧ୍ୟ ମହଙ୍ଗା ଦର ଏହି ବର୍ଷ ଜାନୁଆରୀରେ ହ୍ରାସ ପାଇଁ ୨.୨ ପ୍ରତିଶତରେ ପହଞ୍ଚିଛି, ଡିସେମ୍ବର ୨୦୧୮ରେ ଏହା ୪.୫୪ ପ୍ରତିଶତ ରହିଥିଲା । ରିର୍ଜଭ ବ୍ୟାଙ୍କର ଦ୍ୱିମାସିକ ମୁଦ୍ରା ନିତିର ସମୀକ୍ଷାରେ ଖୁଚୁରା ମୁଦ୍ରାସ୍ପତିକୁ ଧ୍ୟାନରେ ରଖାଯାଇଥାଏ । 

ମହଙ୍ଗା ଦର କମିବା କାରଣରୁ  କେନ୍ଦ୍ର ବ୍ୟାଙ୍କ ଗତ ସପ୍ତାହରେ ରିପୋ ରେଟ ୦.୨୫ ପ୍ରତିଶତ କମ କରି ୬.୨୫ ପ୍ରତିଶତ କରିଥିଲା । ଆରବିଆଇ ମୌସୁମୀ ବର୍ଷା ସାମାନ୍ୟ ରହିବା ଯେପରି ଅନୁକୂଳ କାରଣକୁ ଦେଖି ଚଳିତ ଆର୍ଥିକ ବର୍ଷରେ ଆନ୍ତିମ ତ୍ରୈମାସ ପାଇଁ ଖାଉଟି ମୁଦ୍ରାସ୍ପୀତିର ଅନୁମାନକୁ କମ କରି ୨.୮ ପ୍ରତିଶତ କରିଦେଇଛି । 

Subscribe

National International State Sports Entertainment