ଦାମ କରିବେ ସ୍ୱାଭିମାନ ଜାଗରଣ ଯାତ୍ରା ! ନବୀନଙ୍କ ଦୁର୍ନୀତି ବିରୋଧରେ ସାରା ରାଜ୍ୟରେ କରିବେ ପ୍ରଚାର, ଓଡିଶା ବଂଚାଓ ଅଭିଯାନ ପାଇଁ ପ୍ରସ୍ତୁତି....
Khabar Odisha:Swabhiman-Jagaran-Yatra-may-Start-By-Damador-Rout-againest-Naveen-Pattnaik
ପାରାଦ୍ୱୀପ, ୧୪ ସେପ୍ଚେମ୍ବର (ଖବର ଓଡିଶା):

ଦୁର୍ନୀତିରେ ବୁଡି ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଗତ ୧୯ ବର୍ଷ ଧରି ଓଡିଶା ଲୁଟ ହୋଇଛି ତାଙ୍କ ନେତୃତ୍ୱରେ  । ଓଡିଶାରୁ ବିଦା ହେଲେ ରାଜ୍ୟର ମଙ୍ଗଳ ହେବ  । ଏପରି କଥା କହି ଚର୍ଚ୍ଚାକୁ ଆସିଥିବା ପାରାଦ୍ୱୀପ ବିଧାୟକ ଡା.ଦାମୋଦର ରାଉତ ନବୀନଙ୍କ ବିରୋଧରେ ତାଙ୍କର ଦୁର୍ନୀତିରେ ପେଡି ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି  । ଆନ୍ନା ହୋଇ ଓଡିଶା ବୁଲିବେ ନବୀନଙ୍କ ବିରୋଧରେ ପ୍ରଚାର କରିବା ଘୋଷଣା କରିବାର ମାତ୍ର କେଇଘଣ୍ଟା ମଧ୍ୟରେ ଏନେଇ ସେ ବ୍ଲୁପ୍ରିଣ୍ଟ ଆରମ୍ଭ କରିଦେଇଛନ୍ତି  । ଲୁଟେରା ମାନଙ୍କ ହାତରୁ ଓଡିଶା ବଂଚାଇବା ପାଇଁ ଦାମ କରିବେ ସ୍ୱାଭିମାନ ଜାଗରଣ ଯାତ୍ରା  । ଏହି ଯାତ୍ରା ମାଧ୍ୟମରେ ସେ ଲୋକମାନଙ୍କୁ ନିକଟରେ ଖୋଲିବେ ଓଡିଶା ଲୁଟର ଇତିହାସ  । ଖୁବଶୀଘ୍ର ଏନେଇ ସେ କାର୍ଯ୍ୟକ୍ରମ ଆରମ୍ଭ କରିବେ ବୋଲି ବିଶେଷ ସୁତ୍ରରୁ ଜଣାପଡିଛି  ।

ପାରାଦ୍ୱୀପ ବିଧାୟକ ଶ୍ରୀ ରାଉତ ରାଜ୍ୟ ସରକାରଙ୍କ ଦୁର୍ନୀତି ଖୋଲିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଷର ଶିକାର ହୋଇଥିଲେ  । ଏପରିକି ତାଙ୍କୁ ଦଳରୁ ଏନେଇ ବିଦା ମଧ୍ୟ କରିଥିଲେ  । ଡଙ୍କାରୀ ପାହଡ ଲୁଟ, ଚାରା ମହାଦୁର୍ନୀତି, ଓମଫେଡ ଜରି ମହାଦୁର୍ନୀତି, ସମବାୟରେ ୭୦୦ କୋଟିର ମହାଦୁର୍ନୀତିର ଗୁମର ଖୋଲି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଥିଲେ ବିଧାୟକ ଶ୍ରୀ ରାଉତ  ।  

  • Tags:

Subscribe

National International State Sports Entertainment