ଚାମ୍ପିଅନ୍‌ ଟ୍ରଫି ପାଇଁ ଭାରତୀୟ ଦଳର ଘୋଷଣା କଲା ବିସିସିଆଇ, ଗମ୍ଭୀର ଓ ରାଏନା ପଡିଲେ ବାଦ୍‌
Khabar Odisha:india-squad-for-champions-trophy-2017
ନୂଆଦିଲ୍ଲୀ, ମେ ୮(ଖବର ଓଡିଶା): ଦୀର୍ଘଦିନର ଲମ୍ବା ବିବାଦ ପରେ ଚାମ୍ପିଅନ୍‌ ଟ୍ରଫି ପାଇଁ ବିସିସିଆଇ ଭାରତୀୟ ଦଳଙ୍କ ନାମ ଘୋଷଣା କରିଛି । ଭାରତ ଶକ୍ତି ସାମର୍ଥ୍ୟରେ ଭରା ନିଜ ଦଳକୁ ଖେଳିବା ପାଇଁ ଇଂଲଣ୍ଡ ପଠାଇବ । ଆଇସିସିର ଦ୍ୱିତୀୟ ସବୁଠାରୁ ବଡ ଟୁର୍ଣ୍ଣାମେଣ୍ଟ ଚାମ୍ପିଅନ୍‌ ଟ୍ରଫି ଆସନ୍ତା ଜୁନ୍‌ ୧ରୁ ଇଂଲଣ୍ଠ ଠାରେ ଆରମ୍ଭ ହେବାକୁ ଯାଉଛି । ଗତ ଚାମ୍ପିଅନ୍‌ ଟ୍ରଫିର ବିଜେତା ଥିଲା ଭାରତ । ଭାରତ ଚାମ୍ପିଅନ୍‌ ଟ୍ରଫିରେ ତାର ପ୍ରଥମ ମ୍ୟାଚ୍‌ ପାକିସ୍ତାନ ବିପକ୍ଷରେ ୪ ଜୁନ୍‌ରେ ଖେଳିବ। 
 
୧୫ ଜଣିଆ ଭାରତୀୟ ଦଳରେ ସାମିଲ ଥିବା ଖେଳାଳୀ ହେଲେ ବିରାଟ କୋହଲୀ, ଶିଖର ଧବନ, ରୋହିତ ଶର୍ମା,  ଆଜିଙ୍କ୍ୟା ରାହାଣେ, ଏମ୍‌ଏସ୍‌ ଧୋନୀ, ଯୁବରାଜ ସିଂହ, କେଦାର ଯାଧବ, ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ଜାଡେଜା, ମୋହମ୍ମଦ ସମି, ଉମେଶ ଯାଦବ, ଭୁବନେଶ୍ୱର କୁମାର, ଜସପ୍ରୀତ ବୁମରାହ ଓ ମନୀଷ ପାଣ୍ଡେ । ଦଳରେ ଗୌତମ ଗମ୍ଭୀର ଓ ସୁରେଶ ରାଏନାଙ୍କୁ ସ୍ଥାନ ମିଳିନି ।
 
ଆଇସିସିକୁ ଦଳର ଘୋଷଣା ତାଲିକା ପଠାଇବାର ଶେଷ ତାରିଖ ଥିଲା ଗତ ୨୫ ଏପ୍ରିଲ । ମାତ୍ର ଆଇସିସି ସହ  ଚାଲିଥିବା ରାଜସ୍ୱ ବିବାଦ କାରଣରୁ ବିସିସିଆଇ ଭାରତୀୟ ଦଳର ଘୋଷଣା ଠିକ୍‌ ସମୟରେ କରି ପାରିନଥିଲା । ଗତ ରବିବାର ବିସିସିଆଇ ନିଷ୍ପତ୍ତି ନେଲା କି ଭାରତ ଏବେ ଆଇସିସି ସହ ଆଇନଗତ ବିବାଦ କରିବ ନାହିଁ ଓ ଭାରତୀୟ ଦଳ ଚାମ୍ପିଅନ ଟ୍ରଫି ଖେଳିବା ପାଇଁ ଯିବେ ।
  • Tags:

Subscribe

National International State Sports Entertainment