ମହିଳା କ୍ରିକେଟ: ଦିନିକିଆରେ ସବୁଠୁ ଅଧିକ ୱିକେଟ ଝୁଲନ ଗୋସ୍ୱାମୀଙ୍କ ନାମରେ
Khabar Odisha:Jhulan-Goswami-becomes-leading-wicket-taker-in-ODI
ନୂଆଦିଲ୍ଳୀ, ମେ ୦୯(ଖବର ଓଡ଼ିଶା): ଭାରତୀୟ ମହିଳା କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ଝୁଲନ ଗୋସ୍ୱାମୀ ଇତିହାସ ରଚିଛନ୍ତି । ଜୁନ ୨୪ରୁ ଇଂଲଣ୍ଡରେ ଖେଳାଯିବାକୁ ଥିବା ଆଇସିସି ମହିଳା ବିଶ୍ୱ କପ ପୂର୍ବରୁ ଝୁଲନ ରେକର୍ଡ ସ୍ଥାପନ କରିଛନ୍ତି । ସେ ଦିନିକିଆ ଆର୍ନ୍ତଜାତୀୟ କ୍ରିକେଟରେ ସବୁଠାରୁ ଅଧିକ ୱିକେଟ ହାସଲ କରି ସେ ରେକର୍ଡ ବନାଇଛନ୍ତି । ୩୪ ବର୍ଷୀୟ ଝୁଲନ ମଙ୍ଗଳବାର ଅଷ୍ଟ୍ରେଲିଆର କ୍ୟାଥରିନ୍ ଫିଟଜପ୍ୟାଟ୍ରିକଙ୍କ ୧୮୦ ୱିକେଟକୁ ପଛରେ ପକାଇଛନ୍ତି । ଏହି ଭାରତୀୟ ମହିଳା କ୍ରିକେଟର ବର୍ତମାନ ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଟୁର୍ଣ୍ଣାମେଣ୍ଟରେ ସଫଳତା ସାଉଟିଛନ୍ତି । ୪ଟି ଦେଶକୁ ନେଇ ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଝୁଲନ ଆୟୋଜକ ଟିମ୍ ବିପକ୍ଷରେ ୩ଟି ୱିକେଟ ନେଇ କ୍ୟାଥରିନ୍ ଫିଟଜପ୍ୟାଟ୍ରିକଙ୍କୁ ଟପିଛନ୍ତି । ଆନ୍ତର୍ଜାତୀୟ ମହିଳା କ୍ରିକେଟରେ ପୂର୍ବରୁ ଝୁଲନ ୭୮ଟି ୱିକେଟ ନେଇଥିଲେ । ଆଜି ୩ଟି ୱିକେଟ ହାସଲ କରିବା ପରେ ଦିନିକିଆ କ୍ରିକେଟରେ ୧୮୧ଟି ୱିକେଟ ସହିତ ଶୀର୍ଷ ସ୍ଥାନରେ ପହଞ୍ଚି ପାରିଛନ୍ତି । ଝୁଲନଙ୍କ ଆଜି ଥିଲା ୧୫୩ତମ ଦିନିକିଆ ମ୍ୟାଚ୍ । ପୂର୍ବରୁ ୨୦୦୭ରେ ଅବସର ନେଇଥିବା କ୍ୟାଥରିନ ୧୦୯ଟି ମ୍ୟାଚ୍ ଖେଳି ୧୮୦ଟି ୱିକେଟ ନେଇଥିଲେ । ୨୦୦୭ରେ ଆଇସିସିର ମହିଳା କ୍ରିକେଟ ଅଫ ଦ ଇୟର ସମ୍ମାନରେ ସମ୍ମାନିତ ହେବା ପରେ ଝୁଳନ ଗୋସ୍ୱାମୀ ବିଶ୍ୱର ଶ୍ରେଷ୍ଠ ଦୃତଗାମୀ ମହିଳା କ୍ରିକେଟ ଭାବରେ ପରିଚୟ ବନାଇ ପାରିଥିଲେ । 

ମହିଳା ଦିନିକିଆ ଆନ୍ତର୍ଜାତୀୟରେ ସର୍ବାଧିକ ୱିକେଟ: 
-୧୮୧-ଝୁଲନ ଗୋସ୍ୱାମୀ (ଭାରତ)
-୧୮୦-କ୍ୟାଥରିନ୍ ଫିଟଜପ୍ୟାଟ୍ରିକ (ଅଷ୍ଟ୍ରେଲିଆ)
-୧୪୬-ଲିସା ସେଥେଲକର (ଅଷ୍ଟ୍ରେଲିଆ)
-୧୪୧-ନୀତୁ ଡେଭିଡ଼ (ଭାରତ)
 

 

  • Tags:

Subscribe

National International State Sports Entertainment