ଫିଫା ମାନ୍ୟତା: ଟପ୍ ୧୦୦ରେ ଭାରତୀୟ ଫୁଟବଲ ଦଳ
Khabar Odisha:Indian-football-team-enters-in-world-top-100-in-fifa-ranking
କୋଲକାତା,ମେ୦୪(ଖବର ଓଡ଼ିଶା): ଭାରତୀୟ ଫୁଟବଲ ଦଳ ୨୧ ବର୍ଷରେ ପ୍ରଥମ ଥର ଫିଫା ବିଶ୍ଵ ମାନ୍ୟତାର ଶୀର୍ଷ ୧୦୦ରେ ପ୍ରବେଶ କରିଛି। ଫିଫା ଗୁରୁବାର ଜାରି କରିଥିବା ତାଜା ମାନ୍ୟତା ତାଲିକାରେ କୋଚ୍ ଷ୍ଟିଫେନ କୋଷ୍ଟେଟାଇନଙ୍କ ଭାରତୀୟ ଦଳ ୧୦୦ ତମ ସ୍ଥାନ ହାସଲ କରିଛି। ଭାରତ ମିଳିତ ଭାବେ ନିକାରଗୁଆ, ଲିଥୁଆନିଆ ଓ ଇଷ୍ଟୋନିଆ ସହ ୧୦୦ ତମ ସ୍ଥାନରେ ରହିଛି।
 
ଏହା ପୂର୍ବରୁ ଭାରତ ୧୯୯୬ରେ  ଫିଫା ମାନ୍ୟତାର ଶୀର୍ଷ ୧୦୦ରେ ପହଞ୍ଚିଥିଲା। ୧୯୯୬ ଫେବୃୟାରୀରେ ଭାରତକୁ ୯୪ ତମ ସ୍ଥାନ ମିଳିଥିଲା। ଏହା ଭାରତ ସର୍ଵଶ୍ରେଷ୍ଠ ମାନ୍ୟତା ଥିଲା। ନିକଟରେ ଭାରତକୁ କମ୍ବୋଡିଆ, ମିଆଁମାର ବିରୋଧରେ ହାସଲ କରିଥିବା ବିଜୟର  ଫାଇଦା ମିଳିଛି।
 
ଭାରତ ନିଜର ପରବର୍ତ୍ତୀ ଅନ୍ତରାଷ୍ଟ୍ରୀୟ ବନ୍ଧୁତ୍ଵପୂର୍ଣ୍ଣ ମ୍ୟାଚ ଜୁନ ୭ରେ ଲେବାନନ ବିରୋଧରେ ଖେଳିବ। ଏହାପରେ ଜୁନ ୧୩ରେ ଏଏଫସି କପରେ କିର୍ଗିଜସ୍ତାନ ବିରୋଧରେ ମ୍ୟାଚ ଖେଳିବ। 
  • Tags:

Subscribe

National International State Sports Entertainment