ଭଲ ଫର୍ମରେ ଥିବା ସତ୍ତ୍ଵେ ଦଳକୁ ଫେରି ପାରିଲେ ନାହିଁ ଗୌତମ ଗମ୍ଭୀର ଓ ସୁରେଶ ରୈନା
Khabar Odisha:IPL-10-players-not-selected-in-Team-India

ନୂଆଦିଲ୍ଲୀ,ମେ୦୮(ଖବର ଓଡ଼ିଶା): ଚମ୍ପିୟାନ୍ସ ଟ୍ରଫି ପାଇଁ ସୋମବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳରେ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ଦଳକୁ ରୋହିତ ଶର୍ମା ଓ ଶିଖର ଧାଓ୍ଵନ ଫେରିଛନ୍ତି। ମାତ୍ର ଦଳ ଘୋଷଣା ସମୟରେ ବର୍ତ୍ତମାନର ଫର୍ମକୁ ଅଣଦେଖା କରି ଦଳ ଚୟନ କରାଯାଇଛି। ଆଇପିଏଲ-୧୦ରେ ଭଲ ପ୍ରଦର୍ଶନ କରୁଥିବା ଏବଂ ଫର୍ମରେ ଥିବା  ଖେଳାଳିଙ୍କୁ ଅଣଦେଖା କରାଯାଇଛି। ଜାତୀୟ ଦଳକୁ ଫେରିବା ନେଇ ପୁଣି ଥରେ ଗୌତମ ଗମ୍ଭୀର ଓ ସୁରେଶ ରୈନାକୁ ନିରାଶ ହେବାକୁ ପଡ଼ିଛି।

ଗୌତମ ଗମ୍ଭୀର ଆଇପିଏଲ-୧୦ରେ ଏପର୍ୟ୍ୟନ୍ତ ୧୨ଟି ମ୍ୟାଚରୁ ୪୨୫ ରନ କରିଛନ୍ତି। ଏଥିରେ ୪ଟି ଅର୍ଦ୍ଧଶତକ ସାମିଲ ଅଛି। ଆଇପିଏଲ-୧୦ରେ ଏପର୍ୟ୍ୟନ୍ତ ସର୍ବାଧିକ ରନ ବ୍ୟାଟସମ୍ୟାନ ସୂଚୀରେ  ସେ ତୃତୀୟ ସ୍ଥାନରେ ଅଛନ୍ତି। ଏହିପରି ସୁରେଶ ରୈନା ୧୨ଟି ମ୍ୟାଚରୁ ୪୩୪ ରନ କରି ବ୍ୟାଟସମ୍ୟାନ ସୂଚୀରେ  ଦ୍ଵତୀୟ ସ୍ଥାନରେ ଅଛନ୍ତି। ବର୍ତ୍ତମାନ ଭଲ ଫର୍ମରେ ଥିବା ସତ୍ଵେ ବି ଏହି ଖେଳାଳିଙ୍କୁ ଦଳରେ ସାମିଲ କରାଯାଇନାହିଁ। ଆଇପିଏଲର ପ୍ରତ୍ୟେକ ସିଜିନରେ ଭଲ ପ୍ରଦର୍ଶନ କରୁଥିବା ଗୌତମ ଗମ୍ଭୀର  ଦଳକୁ ଫେରିବାରେ ବିଫଳ ହୋଇଛନ୍ତି।

ଗମ୍ଭୀର  ଶେଷ ଥର ପାଇଁ ୨୦୧୩ ଜାନୁଆରୀ ୨୭ରେ ଇଂଲଣ୍ଡ ବିପକ୍ଷରେ  ଦିନିକିଆ ମ୍ୟାଚ ଖେଳିଥିଲେ। ୨୦୧୩ ଆଇପିଏଲରେ ସେ ୧୬ଟି ମ୍ୟାଚରୁ ୪୦୬, ୨୦୧୪ରେ ୩୩୫, ୨୦୧୫ରେ ୩୨୭, ୨୦୧୬ରେ ୫୦୧ ଏବଂ ୨୦୧୭  ଆଇପିଏଲରେ ଏପର୍ୟ୍ୟନ୍ତ ୧୨ଟି ମ୍ୟାଚରୁ ୪୨୫ ରନ କରିସାରିଛନ୍ତି। 

  • Tags:

Subscribe

National International State Sports Entertainment