ଲୋକସଭା ନିର୍ବାଚନ ପୂର୍ବରୁ ବେରୋଜଗାର ଭତ୍ତା ଓ ମହିଳା ସଂରକ୍ଷଣ ବିଲ୍ ଉପରେ ମାଷ୍ଟର ଷ୍ଟ୍ରୋକ୍ ମାରିବେ ମୋଦୀ
Khabar Odisha:politics--odisha-PM-Narendra-Modi-master-stroke
ନୂଆଦିଲ୍ଲୀ,ଜାନୁଆରୀ୧୦(ଖବର ଓଡ଼ିଶା):

 ଲୋକସଭା ନିର୍ବାଚନ ପୂର୍ବରୁ ହେଉଥିବା ବିଜେପିର ଅନ୍ତିମ  ରାଷ୍ଟ୍ରୀୟ ପରିଷଦ ବୈଠକରେ ପାର୍ଟି ସାଧାରଣ ବର୍ଗର ଆର୍ଥିକ ରୂପେ ଅନଗ୍ରସର ଲୋକଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବା ପରେ  ଅନ୍ୟ ପ୍ରସଙ୍ଗରେ ଲୋକଙ୍କୁ ଲାଭାନ୍ଵିତ କରି ପାରନ୍ତି। ପାର୍ଟି ଭିତରେ  ମଧ୍ୟ ଏହାକୁ ନେଇ ଉତ୍ସୁକତା ରହିଛି ଯେ ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଉଁ ଧରଣର ସନ୍ଦେଶ ଦେବେ। ଗତ ଥର ୨୦୧୪ରେ ମୋଦୀ  ନିଜର ଭିଜନ ସମସ୍ତଙ୍କ ସାମ୍ନାରେ ରଖିଥିଲେ। ମାତ୍ର ଏଥର କୁହାଯାଉଛି ଯେ ପାଞ୍ଚ ବର୍ଷର ଉପଲବ୍ଧି ବ୍ୟତୀତ ପିଏମ  ବେରୋଜଗାର ଭତ୍ତା ଓ ମହିଳା ସଂରକ୍ଷଣ ବିଲ ସମେତ କିଛି ଅନ୍ୟ ପ୍ରସଙ୍ଗରେ ମାଷ୍ଟର ଷ୍ଟ୍ରୋକ୍ସ ମାରି ପାରନ୍ତି।

ବିଜେପି ସୂତ୍ର ମୁତାବକ ଲୋକସଭା ନିର୍ବାଚନ ପୂର୍ବରୁ ଦଳର ଏହା ଶେଷ ରାଷ୍ଟ୍ରୀୟ ପରିଷଦ ଅଧିବେଶନ। ତେଣୁ ପ୍ରଧାନମନ୍ତ୍ରୀ ଏହାର ସମାପନ ଭାଷଣ ଜରିଆରେ କେବଳ ନିଜର କାର୍ୟ୍ୟ କର୍ତ୍ତା ନୁହେଁ ବରଂ ଭୋଟରଙ୍କୁ ମଧ୍ୟ ସନ୍ଦେଶ ଦେବେ। ଏଥିରେ ସେ କେବଳ ନିଜର ପାଞ୍ଚ ବର୍ଷର ଉପଲବ୍ଧି ଜନତାଙ୍କ ସମ୍ମୁଖରେ ରଖିବା ସହିତ ଜାରି ରହିଥିବା ଲୋକାଭିମୁଖୀ ଯୋଜନା ବିଷୟରେ ଅବଗତ କରାଇବ। 

ଗୁରୁବାର ବିଜେପି ଯୁବା ମୋର୍ଚ୍ଚାର ଅଧ୍ୟକ୍ଷ ପୁନମ ମହାଜନ ମଧ୍ୟ କହିଛନ୍ତି ଯେ ବିଜେପି ମହିଳା ସଂରକ୍ଷଣ ବିଲ୍ ଉପରେ ଗୁରୁତ୍ଵାରୋପ କରିବା ଉଚିତ୍।  ଏବେ ମଧ୍ୟ  ଦଳ ପାଖରେ ସମୟ ରହିଛି ଏବଂ ଏବେ ବି ଗୋଟିଏ ଅଧିବେଶନ ସରକାରଙ୍କ ହାତରେ ରହିଛି। ଏହା ପୂର୍ବରୁ ପାର୍ଟି ନେତା ରବି ଶଙ୍କର ପ୍ରସାଦ ମଧ୍ୟ ଏହି ଧରଣର ସଙ୍କେତ ଦେଇ କହିଥିଲେ ଯେ  ସବର୍ଣ୍ଣଙ୍କୁ ସଂରକ୍ଷଣ ଦେବା ପିଏମ ନିଷ୍ପତ୍ତି ମ୍ୟାଚ୍ ବିଜୟୀ ଛକା। ଏମିତି ଆହୁରି ଛକ୍କା ଲାଗିବ। 

ପାର୍ଟି ସୂତ୍ର ମୁତାବକ ଏହି ରାଷ୍ଟ୍ରୀୟ ଅଧିବେଶନରେ ପାର୍ଟିର ପୂରା ଫୋକସ୍ ଲୋକସଭା  ନିର୍ବାଚନ ଉପରେ ରହିବ। ଏମିତିରେ ପାର୍ଟି ଚାହିଁବ ଯେ ଅଧିବେଶନରେ ଏହି ଭଳି ସଙ୍କେତ ଦିଆଯିବ ଯେମିତି  କେବଳ  କାର୍ୟ୍ୟ କର୍ତ୍ତାଙ୍କ ମନୋବଳ ବଢିବ ତା ନୁହେଁ ଏହା ସହିତ ଲୋକଙ୍କ ମଧ୍ୟରେ ବି ଉତ୍ସାହ ସଞ୍ଚାର ହେବ। 

Subscribe

National International State Sports Entertainment