ବାଚସ୍ପତି ପଦ ପାଇଁ ଅମାତ ମନୋନୀତ
Khabar Odisha:Amat-nominated-for-speaker
ଭୁବନେଶ୍ୱର, , ମେ ୧୧(ଖବର ଓଡ଼ିଶା): ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳ ବଦଳ ପରେ ମନ୍ତ୍ରୀ ପଦରୁ ବାଦ୍‌ ପଡ଼ିଥିବା ପୂର୍ବତନ ଅର୍ଥ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ପାଇଁ ଖୁସି ଖବର । ବିଧାନସଭା ବାଚସ୍ପତି ନିର୍ବାଚନ ପ୍ରାର୍ଥୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦୀପଙ୍କୁ ବାଛିଛନ୍ତି ।
 
ବାଚସ୍ପତି ପଦରୁ ନିରଞ୍ଜନ ପୂଜାରୀ ଇସ୍ତଫା ଦେବା ପରେ ନୂତନ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ଥାନ ଦେଇଥିଲେ । ଇସ୍ତଫା ପରେ ଶ୍ରୀ ପୂଜାରୀ ଶିଳ୍ପ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ତାଙ୍କ ପରେ ବାଚସ୍ପତି ପଦ ଖାଲି ରହିଛି ।
 
ଏଠାରେ ଉଲ୍ଲେଖ ଯୋଗ୍ୟ, ବିଧାନ ସଭାର ନୂତନ ବାଚସ୍ପତି ନିର୍ବାଚନ ପାଇଁ ତାରିଖ ଧାର୍ୟ୍ୟ କରାଯାଇଛି । ଆସନ୍ତା ୧୬ ତାରିଖ ଦିନ ୩ଟାରେ ବାଚସ୍ପତି ନିର୍ବାଚନ ହେବା ନେଇ ଗତକାଲି ସୂଚନା ଦେଇଛନ୍ତି ରାଜ୍ୟପାଳ ଡ. ଏସ ସି ଜମିର । ଏଥିପାଇଁ ୧୫ ତାରିଖ ଦିନ ପ୍ରାର୍ଥୀ ପତ୍ର ଦାଖଲ କରିବାର ଶେଷ ତାରିଖ ରହିଛି । ନିର୍ବାଚନରେ ଅଂଶ ଗ୍ରହଣ କରିଥିବା ସଦସ୍ୟ ମାନଙ୍କୁ ଠିକ୍ ସମୟ ବିଧାନସଭା ସଚିବ ଜଣାଇବେ ।
  • Tags:

Subscribe

National International State Sports Entertainment