ଶାନ୍ତି ଦେବୀ ଦେଶର ପ୍ରଥମ ମହିଳା ଟ୍ରକ୍‌ ମେକାନିକ୍‌
Khabar Odisha:indian-only-truck-mechanic-shanti-devi
 
ଶାନ୍ତି ଦେବୀ ଭାରତର ପ୍ରଥମ ମହିଳା ଟ୍ରକ୍‌ ମେକାନିକ୍‌ । ବୋଧ ହୁଏ ଏକଥା ତାଙ୍କୁ ମଧ୍ୟ ଅଛପା ନାହିଁ । ଏଥିପାଇଁ ସେ କୁହନ୍ତି କି ସେ ଯେତେବେଳେ ଟ୍ରକ୍‌ର ଟାୟାର ବଦଳାନ୍ତି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଚାହିଁଥାନ୍ତି । ଆଉ କିଛି ଲୋକ ଏହି ସବୁ ଦେଖିବା ପାଇଁ ଟିକେ ଅଟକି ଯାଆନ୍ତି । ଶାନ୍ତି ଦେବୀ କିନ୍ତୁ ଖୁସି, ତାଙ୍କ ହିସାବରେ ସେ ତାହା କରନ୍ତି ଯାହା ତାଙ୍କ ମନ କହେ । ତାଙ୍କ ମତରେ ସେ  ଅନ୍ୟମାନଙ୍କ ମନକୁ ନେଇ ବଞ୍ଚିବା ଜାଣି ନାହାନ୍ତି ।   
 
ଶାନ୍ତି ଦେବୀ ଦିଲ୍ଲୀର ସଞ୍ଜୟ ଗାନ୍ଧୀ ଟ୍ରାନ୍ସପୋର୍ଟ ନଗର (ଏସ୍‌ଜିଟିଏନ୍‌)))))) ର ଏଡବ୍ଲ୍ୟୁ-୭ ଦୋକାନରେ କାମ କରୁଥିବାର ଦେଖାଯାନ୍ତି । ସେ ଓ ତାଙ୍କ ସ୍ୱାମୀ ରାମ ବାହାଦୁର ମିଶିକି ଏହି କାମ କରନ୍ତି । ଶାନ୍ତି ଦେବୀ ଘର ସମ୍ଭାଳିବା ସହ ଦୋକାନ କାମ ମଧ୍ୟ କରନ୍ତି ।  
 
ଏସ୍‌ଜିଟିଏନ୍‌ ଠାରେ ପ୍ରତିଦିନ ୭୦ ହଜାର ଟ୍ରକ୍‌ ଆସି ରହିଥାଏ ଓ ଦୈନିକ ୨୦ ହଜାର ଟ୍ରକ୍‌ ସେଠାରୁ ଯାଇଥାଏ । ଏହିଠାରେ ଉକ୍ତ ଦମ୍ପତ୍ତି ଏକ ଚାଦୋକାନ କରି କାମ ଆରମ୍ଭ କରିଥିଲେ । ଚାଦୋକାନ ଚାଲିବାରୁ ସେଠାରେ ଏକ ଟ୍ରକ୍‌ ଗ୍ୟାରେଜ୍‌ କରିବାକୁ ଚିନ୍ତା କରିଥିଲେ ଦମ୍ପତ୍ତି । 
 
ଶାନ୍ତି ଦେବୀ କହିଛନ୍ତି ଯେତେବେଳେ ସେ କାମ କରିବା ଆରମ୍ଭ କଲେ ଆସୁଥିବା ପୁରୁଷ ଲୋକ ତାଙ୍କୁ ଭଲ ଦୃଷ୍ଟିରେ ଦେଖୁନଥିଲେ । ମାତ୍ର ତାଙ୍କ ସାହସ ଓ ଦୃଢ଼ମନା ବ୍ୟକ୍ତିତ୍ୱ ଆଗରେ ସମସ୍ତେ ମୁଣ୍ଡ ନୁଆଁଇ ତାଙ୍କର ସମ୍ମାନ କରିଥିଲେ । ଏବେ ସେଠାକୁ ଅନ୍ୟ ମହିଳାମାନେ ଆସି କାମରେ ସେମାନଙ୍କ ସ୍ୱାମୀମାନଙ୍କୁ ସହଯୋଗ କରୁଛନ୍ତି।  
 
ଶାନ୍ତି ଦେବୀ ଏବେ ବି ଟ୍ରକ୍‌ ମରାମତିର କିଛି କାର୍ଯ୍ୟ ତାଙ୍କ ସ୍ୱାମୀ ଓ ଅନ୍ୟ କର୍ମଚାରୀମାନଙ୍କ ଠାରୁ ଶିଖୁଛନ୍ତି । ଶାନ୍ତି ଦେବୀ ପ୍ରମାଣ କରିଛନ୍ତି କି ଯଦି ଜଣେ ମହିଳା ମନରେ ଦୃଢ଼ ନିଶ୍ଚୟ କରିବ ତେବେ ସେ ପୁରୁଷଙ୍କ ଠାରୁ ବହୁତ ଭଲ କାମ କରିପାରିବ । 

 

  • Tags:

Subscribe

National International State Sports Entertainment