ଆଣ୍ଡାମାନ ଛୁଇଁଲା ମୌସୁମୀ, ଜୁନ ୧ରେ କେରଳ ଛୁଇଁବା ସମ୍ଭାବନା
Khabar Odisha:Monsoon-arrives-in-Andaman-and-Nicobar-Islands

ନୂଆଦିଲ୍ଲୀ,ମେ୧୪(ଖବର ଓଡ଼ିଶା): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟର ୩ ଦିନ ପୂର୍ବରୁ ଆଣ୍ଡାମାନ-ନିକୋବର ଦ୍ଵୀପ ଛୁଇଁଛି। ଆଶା କରାଯାଉଛି ଯେ ଆଗାମୀ ୭୨ ଘଣ୍ଟା ମଧ୍ୟରେ ମୌସୁମୀ ପୁରା ଆଣ୍ଡାମାନ ଦ୍ଵୀପକୁ କଭର କରି ବଙ୍ଗୋପସାଗର  ଉପକୂଳ ଆଡ଼କୁ ଅଗ୍ରସର ହେବ। ଏହାକୁ ଦୃଷ୍ଟିରେ ରଖି ଆଗାମୀ ୪ ଦିନ ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ସତର୍କ କରାଯାଇଛି। ପାଣିପାଗ ଏଜେନ୍ସିଙ୍କ ମୁତାବକ  ଚଳିତ ବର୍ଷ ମୌସୁମୀ ବର୍ଷା ସ୍ଵାଭାବିକ ରହିବ। ଜୁନ ୧ ସୁଦ୍ଧା କେରଳର ପହଞ୍ଚିବାର ସମ୍ଭାବନା ରହିଛି।

ଭାରତୀୟ ପାଣିପାଗ ନିର୍ଦ୍ଦେଶକ ଜେନେରାଲ କେଜି ରମେଶଙ୍କ ମୁତାବକ, ମୌସୁମୀ କେରଳରେ ନିର୍ଦ୍ଧାରିତ ସମୟ ପୂର୍ଵରୁ ପହଞ୍ଚିବ। ସାଧାରଣତଃ ମୌସୁମୀ ଜୁନ ୧ରେ ପହଞ୍ଚିଥାଏ। ଏହା ପରେ ଦେଶରେ ମୌସୁମୀ ବର୍ଷା ଆରମ୍ଭ ହୋଇଥାଏ। ଯାହାକି ଆଣ୍ଡାମାନ-ନିକୋବରରେ ମୌସୁମୀ ଜୁନ ୧୭ରେ ପହଞ୍ଚିଥାଏ। ଅନ୍ୟ ପକ୍ଷରେ ପାଣିପାଗର ସୂଚନା ଦେଉଥିବା ପ୍ରାଇଭେଟ ଏଜେନ୍ସି ସ୍କାଇମେଟର ମୁଖ୍ୟ ମହେଶ ପଲାଭତଙ୍କ ମୁତାବକ ଏଥର ମୌସୁମୀ ଠିକ୍ ସମୟରେ କେରଳ ଛୁଇଁବ। କୌଣସି କାରଣ ପାଇଁ ପ୍ରଭାବିତ ହେଲେ ଦିନେ କିମ୍ବା ଦୁଇ ଦିନ ବିଳମ୍ବରେ କେରଳରେ ପହଞ୍ଚିବେ।

ଉତ୍ତର ଭାରତ ଇଲାକାରେ ତାପମାତ୍ରା ବୃଦ୍ଧି ପୁଣି ଥରେ ବୃଦ୍ଧି ପାଇବ। ପାଣିପାଗ ବିଭାଗ କହିଛି ଯେ ରାଜସ୍ଥାନର ଅଧିକାଂଶ ଇଲାକାରେ ଆଗାମୀ ୨-୩ଦିନରେ ପାରା ୩ ଡିଗ୍ରୀ ଅଧିକ ବୃଦ୍ଧି ପାଇପାରେ। ଏହା ପରେ ୟୁପି, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ପଞ୍ଜାବ ଓ ଦିଲ୍ଲୀ ସମେତ ବାକି ରାଜ୍ୟରେ ପ୍ରାକ୍ ମୌସୁମୀ ପର୍ବ ଆରମ୍ଭ ହୋଇଯିବ। 

  • Tags:

Subscribe

National International State Sports Entertainment