ୟୁପିଏସସି ଜାରି କଲା ୨୦୧୯ ଏଗଜାମ କ୍ୟାଲେଣ୍ଡର, ଜାଣନ୍ତୁ ପରୀକ୍ଷା ତାରିଖ
Khabar Odisha:upsc-released-the-exam-calendar-of-2019
ନୂଆଦିଲ୍ଲୀ, ଡିସେମ୍ବର ୨୨(ଖବର ଓଡିଶା):

ସଙ୍ଘ ଲୋକ ସେବା ଆୟୋଗ(ୟୁପିଏସସି) ପକ୍ଷରୁ ୨୦୧୯ର ଏଗଜାମ କ୍ୟାଲେଣ୍ଡର ଜାରି କରାଯାଇଛି। ଛାତ୍ର ଏବେ ଏହି ତାରିଖ ଅନୁଯାୟୀ ନିଜର ପ୍ରିଲିମ ଓ ମେନ୍ସ ପ୍ରସ୍ତୁତି କରି ପାରିବେ। ଏହି କ୍ୟାଲେଣ୍ଡର ଅନୁସାରେ ସିଭିଲ ସର୍ଭିସ ମୁଖ୍ୟ ପରୀକ୍ଷା ୨୦୧୯ ସେପ୍ଟେମ୍ବର ୨୦ରେ ଆୟୋଜିତ କରାଯିବ।  ପ୍ରୀଲିମ ପରୀକ୍ଷା ୨୦୧୯ ଜୁନରେ ୨ରେ ହେବ। ସିଭିଲ ସର୍ଭିସ ପରୀକ୍ଷାର ବିଜ୍ଞପ୍ତି ୨୦୧୯ ଫେବୃଆରୀ ୧୯ରେ ଜାରି କରାଯିବ।  ମାର୍ଚ୍ଚ ୧୮ ସୁଦ୍ଧା ପରୀକ୍ଷାର୍ଥୀ ଆବେଦନ  କରି ପାରିବେ। ଅନ୍ୟ ପଟେ ୨୦୧୯ରେ ଇଞ୍ଜିନିୟରିଂ ସର୍ଭିସେସ ପ୍ରୀଲିମ୍ସ ପରୀକ୍ଷା ଜାନୁଆରୀ ୬ରେ ହେବ। 

ଏ ହେଉଛି କାର୍ଯ୍ୟସୂଚୀ

ଛାତ୍ର ୟୁପିଏସସିର ଆନୁଷ୍ଠାନିକ ଓ୍ଵେବସାଇଟ୍ www.upsc.gov.in କୁ ଯାଇ  ପରୀକ୍ଷା କ୍ୟାଲେଣ୍ଡର ଦେଖି ପାରିବେ ଓ ଡାଉନଲୋଡ୍ କରି ପାରିବେ। 

ଇଞ୍ଜିନିୟରିଂ ସର୍ଭିସେସ୍(ପ୍ରିଲିମ୍ସ)- ୨୦୧୯ ଜାନୁଆରୀ ୬

ସିଡିଏସ ପରୀକ୍ଷା(୧)- ୨୦୧୯ ଫେବୃଆରୀ ୩

ଏନଡିଏ ଓ ଏନଏ ପରୀକ୍ଷା(ଓ)- ୨୦୧୯ ଏପ୍ରିଲ ୨୧

ସିଭିଲ ସର୍ଭିସେସ୍(ପ୍ରିଲିମ୍ସ)- ୨୦୧୯ ଜୁନ ୨

ସିଡିଏସ ପରୀକ୍ଷା(ଓଓ)- ୨୦୧୯ ସେପ୍ଟେମ୍ବର ୮

ଏନଡିଏ ଓ ଏନଏ ପରୀକ୍ଷା(ଓଓ)- ୨୦୧୯ ନଭେମ୍ବର ୧୭

ଭାରତୀୟ ବନ ସେବା- ୨୦୧୯ ଡିସେମ୍ବର ୧ 

Subscribe

National International State Sports Entertainment