ସମ୍ବଲପୁର ବିଶ୍ୱବିଦ୍ୟାଳୟ ସାଇନ୍-ଏ-ଡାଏ ଘୋଷଣା
Khabar Odisha:Sambalpur-University-Sine-e-Die
ସମ୍ବଲପୁର, ଅକ୍ଟୋବର୦୩(ଖବର ଓଡ଼ିଶା):

 ଛାତ୍ର ଅଶାନ୍ତି ଲାଗି ରହିବାରୁ ବୁଧବାର ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ସାଇନ୍- ଏ-ଡାଏ ଘୋଷଣା କରାଯାଇଛି। ନିର୍ବାଚନ ବାତିଲ ପରେ ଛାତ୍ର ବିଶୃଙ୍ଖଳା ଲାଗି ରହିବାରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ଦୃଷ୍ଟିରେ ରଖି ସାଇନ୍-ଏ-ଡାଏ ଘୋଷଣା କରିଦେଇଛନ୍ତି। ଗୁରୁବାର ସକାଳ ୯ଟା ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗତ ସୋମବାର ସମ୍ବଲପୁର ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଦିଆଯାଇଥିଲା। ପିଜି କାଉନସିଲ୍ ସୁପାରିଶ ଅନୁସାରେ ନିର୍ବାଚନକୁ ବାତିଲ କରାଯିବା ପରେ ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଥିଲେ। ନିର୍ବାଚନ କରିବା ଦାବିରେ ସେମାନେ ଧାରଣାରେ ବସିରହିଥିଲେ। ଫଳରେ ବିଶ୍ୱବିଦ୍ୟାଳୟ ପରିସର ଅଶାନ୍ତ ହୋଇପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସାଇନ୍-ଏ-ଡାଏ ଘୋଷଣା କରିବାକୁ ନିଷ୍ପତି ନେଇଥିଲେ।  

ଅନ୍ୟପକ୍ଷରେ ଆଜି ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶେଷ ହୋଇଛି ନାମାଙ୍କନ ପତ୍ର ଦାଖଲ। ଆଶାୟୀ ପ୍ରାର୍ଥୀମାନେ ସକାଳ ୯ଟାରୁ ଦିନ ୧୨ଟା ଭିତରେ ନିଜ ନିଜ ସମର୍ଥକଙ୍କ ଗହଣରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସନ୍ତାକାଲି ଯୋଗ୍ୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ଏବଂ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ଅନିଚ୍ଛୁକ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ଆସନ୍ତା ୧୧ ତାରିଖରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଥିବା ବେଳେ ଛାତ୍ର ଅଶାନ୍ତି ପାଇଁ ରେଭେନ୍ସା, ବାଣୀବିହାର ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ସମେତ ରାଜ୍ୟର କେତେକ କଲେଜରେ ନିର୍ବାଚନ ବାତିଲ ହୋଇଛି।    

Subscribe

National International State Sports Entertainment