ନଭେମ୍ବର ୧୬ରୁ +୨ ଫର୍ମ ଫିଲଅପ୍
Khabar Odisha:2-from-fillop-online-Process-start-from-today
ଭୁବନେଶ୍ୱର, ନଭେମ୍ବର ୮(ଖବର ଓଡ଼ିଶା):

୨୦୧୮-୧୯ ଶିକ୍ଷାବର୍ଷ ଯୁକ୍ତ ୨ ପରୀକ୍ଷା ପାଇଁ ଗୁରୁବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପକ୍ଷରୁ ଫର୍ମ ଫିଲଅପ୍ ତାରିଖ ଘୋଷଣା କରାଯାଇଛି। ଯୁକ୍ତ ୨ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଚଳିତମାସ ୧୬ ତାରିଖରୁ ଅନଲାଇନ୍ ଫର୍ମ ଫିଲଅପ୍ କରିପାରିବେ। ପରୀକ୍ଷାର୍ଥୀମାନେ ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ବିନା ଫାଇନରେ ଫର୍ମ ପୂରଣ କରିବେ। ଏହା ପରେ କଲେ ସେମାନଙ୍କୁ ଫାଇନ ଦେଇ ଫର୍ମ ପୂରଣ କରିବାକୁ ପଡ଼ିବ। ନଭେମ୍ବର ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ୫୦ ଟଙ୍କା ଫାଇନ୍ ଦେଇ ଫର୍ମ ଫିଲଅପ୍ କରିବେ। ସେହିପରି ଡିସେମ୍ବର ୧ ରୁ ୪ ତାରିଖ ଭିତରେ ଫର୍ମ ଫିଲପ କଲେ ଛାତ୍ରଛାତ୍ରୀଙ୍କୁ ୩୫୦ ଟଙ୍କା ଅତିରିକ୍ତ ଶୁଳ୍କ ଦେବାକୁ ପଡିବ।         

Subscribe

National International State Sports Entertainment