କାହା ପାଇଁ ପ୍ରବେଶ ଦିବସ ?
Khabar Odisha:village-school-students-problems
୬ରୁ ୧୪ ବର୍ଷର ସବୁ ପିଲାଙ୍କ ନାଁ ବିଦ୍ୟାଳୟରେ ଲେଖାଇବା ପାଇଁ ଗୁରୁବାର ସାରା ରାଜ୍ୟରେ ପାଳିତ ହୋଇଛି ପ୍ରବେଶ ଦିବସ । ନବାଗତଙ୍କୁ ପ୍ରଥମ ଦିନ ବିଦ୍ୟାଳୟରେ ସୁସ୍ୱାଗତ ପାଇଁ ଏପରି ଏକ ଦିବସର ପରିକଳ୍ପନା କରାଯାଇଥିଲା । ପ୍ରତ୍ୟେକ ପିଲାଙ୍କୁ ନୁଆ ସ୍କୁଲବ୍ୟାଗ୍‌ ଓ ନୁଆ ବହି ଉପହାର ଦିଆ ଯାଇଥିଲା । ହେଲେ ଏପରି ସୁଯୋଗ ପ୍ରତ୍ୟେକଟି ପିଲା ପାଇଁ ଯୁଟି ପାରିନଥିବା ଜଣା ଯାଇଛି ।
 
ରାଜ୍ୟରେ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ୩୫,୯୨୮ଟି ପ୍ରାଥମିକ, ୨୦,୪୨୭ଟି ଉଚ୍ଚ ପ୍ରାଥମିକ, ୪୯୧ଟି ନୁଆ ପ୍ରାଥମିକ ଓ ୪୯୦ଟି ନୁଆ ଉଚ୍ଚ ପ୍ରାଥମିକ ଏପରି ଭାବେ ୫୭,୩୩୬ଟି ବିଦ୍ୟାଳୟ ଖୋଲାଯାଇଛି । ଯେଉଁଠି ୬ରୁ ୧୪ ବର୍ଷ ବୟସର ୬୬ ଲକ୍ଷ ଛାତ୍ରଛାତ୍ରୀ ପାଠ ପଢ଼ିବା ପାଇଁ ନାଁ ଲେଖାଇଥିବା ବିଭାଗ ଦାବି କରୁଛି । ବିଭାଗୀୟ ତଥ୍ୟ ଅନୁଯାୟୀ ଏବେ ବି ରାଜ୍ୟରେ ୧.୮୭ ଲକ୍ଷ ଛାତ୍ରଛାତ୍ରୀ ବିଦ୍ୟାଳୟଠୁ ଦୂରରେ ଅଛନ୍ତି । ସଭିଁଏ ପଢ଼ିବେ ସଭିଁଏ ବଢ଼ିବେ ବୋଲି କୁହାଯାଉଥିଲେ ବି ରାଜ୍ୟର ଅନୁସୂଚିତ ଜାତିର ୦.୩ ଲକ୍ଷ ଛାତ୍ରଛାତ୍ରୀ ଓ ଅନୁସୂଚିତ ଜନଜାତିର ୦.୯  ଲକ୍ଷ ଛାତ୍ରଛାତ୍ରୀ ବିଦ୍ୟାଳୟ ବାହାରେ ଥିବା ଜଣାଯାଇଛି । ତା ସହ ରାଜ୍ୟର ୧୨,୦୫୧ ଛାତ୍ରଛାତ୍ରୀ ୨୦୧୫-୧୬ ବର୍ଷରେ ଅଧାରୁ ପାଠ ଛାଡି ଚାଲି ଯାଇଥିବା ବିଭାଗୀୟ ଓ୍ୱେବ୍‌ସାଇଟ୍‌ ସୂତ୍ରରୁ ଜଣାଯାଇଛି । କୋରାପୁଟ ଜିଲ୍ଳାରେ ୧୦୯୨ ଛାତ୍ରଛାତ୍ରୀ ଡ୍ରପ୍‌ ଆଉଟ ସୂଚୀରେ ଯୋଡି ହୋଇଥିବା ବେଳେ ଗଞ୍ଜାମର ୮୪୭, ଦେବଗଡର ୧୧୧୫, ବରଗଡର ୭୩୮ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିଛନ୍ତି।
 
ବିଦ୍ୟାଳୟ ବାହାରେ ପିଲା ନଥିବା ଜିଲ୍ଲା ଭାବେ ମୟୁରଭଞ୍ଜ ଜିଲ୍ଲାକୁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଭାବେ ପରିଚିତ କରାଉଥିବା ବେଳେ ଜିଲ୍ଲାର ଯଶିପୁର ବ୍ଲକ୍‌ ଗୁଡୁଗୁଡିଆ, ଅସ୍ତକୁଅଁର ଓ ବରେହୀପାଣି ପଞ୍ଚାୟତର ଅଧିକାଂଶ ଗାଁରେ ସ୍କୁଲ ଯିବା ବୟସର ୪୦ ପ୍ରତିଶତରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବାପା ମାଙ୍କ ସହ ଜଙ୍ଗଲ ଭିତ୍ତିକ ଜୀବିକା କିମ୍ବା ଗୋରୁବଗାଳ କରୁଥିବା ଜଣାଯାଇଛି ।
 
ପ୍ରବେଶ ଦିବସ ଆୟୋଜନକୁ ଅନୁନ୍ନତ ତଥା ଅଳ୍ପ ବିକଶିତ ଜିଲ୍ଲାଗୁଡିକରେ ପାଳନ କରାଯିବାକୁ ପ୍ରାଥମିକତା ଦିଆଯିବା ଉଚିତ ।
 
  • Tags:

Subscribe

National International State Sports Entertainment