ସାନ ଭାଇ ନେଲା ବଡ଼ ଭାଇ ଜୀବନ
Khabar Odisha:Younger-brother-kill-elder-brother
ଭଦ୍ରକ, ମେ ୯ (ଖବର ଓଡ଼ିଶା): ଦିନକୁ ଦିନ ପାରିବାରିକ କଳହ ଏକ ଭୟଙ୍କର ରୂପ ଧାରଣ କରୁଛି । ଛୋଟ କଳହକୁ କେନ୍ଦ୍ର କରି ସାନ ଭାଇ ବଡ଼ ଭାଇକୁ ଗୁଳି କରି ହତ୍ୟା କରିଛି । ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ଆଗରପଡ଼ା ଥାନା ଓଡ଼ଙ୍ଗ ଗ୍ରାମରେ । ମୃତ ଭାଇ ହେଲେ ଜିତେନ୍ଦ୍ର ମଲ୍ଲିକ । ସାନ ଭାଇ ମୃତ୍ୟୁଞ୍ଜୟ ମଲ୍ଲିକକୁ ପୋଲିସ୍‌ ଅଟକ ରଖିଛି ।
 
ପାରିବାରିକ କଳହକୁ କେନ୍ଦ୍ର କରି ସାନ ଭାଇ ବଡ଼ ଭାଇକୁ ଗୁଳି କରିଥିଲା । ଫଳରେ ବଡ଼ ଭାଇକୁ ଗୁରୁତର ଅବସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜିତେନ୍ଦ୍ରଙ୍କର ମୃତ୍ୟୁ ହୋଇଛି । 
  • Tags:

Subscribe

National International State Sports Entertainment