ମହିଳାଙ୍କ ଦେହରେ ପେଟ୍ରୋଲ ଢାଳିଲେ ଦୁର୍ବୁତ୍ତ
Khabar Odisha:Women-Burn-In-Fire
ଭଦ୍ରକ,ମେ ୧୧(ଖବର ଓଡିଶା): ଭଦ୍ରକ ଭଣ୍ଡାରିପୋଖରୀ ବାୟାଁନୟାପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଦୁର୍ବୁତ୍ତ ସେହି  ଗାଁର ଜଣେ ମହିଳାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛି । ଉକ୍ତ ମହିଳାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଲେ ବୃନ୍ଦାବତୀ ସିଂ । 
 
ସୂଚନାନୁସାରେ ଘରେ ଏକାକୀ ଥିବାବେଳେ ଜଣେ ଦୁର୍ବୁତ୍ତ ବୃନ୍ଦାବତୀଙ୍କୁ ଘରୁ ଡାକି ନେଇ ତାଙ୍କ ଉପରେ ପେଟ୍ରୋଲ ଢାଳି ଦେଇଥିଲେ । ବୃନ୍ଦାବତୀଙ୍କ ଶରୀରର ୯୫ ଭାଗ ପୋଡି ହୋଇଯାଇଥିଲା । ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ଗଣମାଧ୍ୟମ ବୃନ୍ଦାବତୀଙ୍କ ଠାରୁ ମୃତ୍ୟୁକାଳିନ ଜମାନବନ୍ଦୀ ରେକର୍ଡ କରିଥିଲା । ବୃନ୍ଦାବତୀ ବାରମ୍ବାର ଖଗନ ଏହି କାଣ୍ଡ  ଘଟାଇଛି ବୋଲି କହୁଥିବାର ସୂଚନା ମିଳିଛି । ପୋଲିସ ମୃତ ବୃନ୍ଦାବତୀଙ୍କ ପୋଷ୍ଟମର୍ଟମ କରିବା  ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବା ନେଇ ଆଶାପ୍ରକଟ  କରିଛି ।
 
  • Tags:

Subscribe

National International State Sports Entertainment