ଭୁବନେଶ୍ୱର: ଦୀର୍ଘ ତିନି ବ୍ୟାପୀ ଜାରି ରହିଥିବା ୧୮ ତମ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନର ଉଦଯାପନୀ ଉତ୍ସବରେ ୨୪ଟି ଦେଶରୁ ୨୭ ଜଣଙ୍କୁ ପ୍ରବାସୀ ଭାରତୀୟ ସମ୍ମାନରେ ସମ୍ମାନିତ କରାଯାଇଛି । ଭାରତ ବାହାରେ ରହି ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ, ରାଜନୀତି, ଲୋକ ସମ୍ପର୍କ, ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପ୍ରବାସୀ ଭାରତୀୟଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦକ ଓ ମାନ ପତ୍ର ଦେଇ ସମ୍ମାନିତ କରିଛନ୍ତି ।
ସମ୍ମାନିତ ହେବାକୁ ଥିବା ବ୍ୟକ୍ତିମାନେ ହେଲେ ପ୍ରଫେସର ଅଜୟ ରାଣେ- ଅଷ୍ଟ୍ରେଲିଆ (କମ୍ୟୁନିଟି ସେବା), ଡ. ମାରିଆଲେନା ଜୋନ୍ ଫର୍ଣ୍ଣାଣ୍ଡିସ୍-ଅଷ୍ଟ୍ରିଆ (ଶିକ୍ଷା), ଡ. ଫିଲୋମେନା ଆନ୍ ମୋହିନି ହାରିସ୍- ବାରବାଡୋସ୍ (ଚିକିତ୍ସା ବିଜ୍ଞାନ), ସ୍ୱାମୀ ସାନୁକ୍ତ୍ୟନନ୍ଦ- ଫିଜି (ସାମୁଦାୟିକ ସେବା), ସରସ୍ୱତୀ ବିଦ୍ୟା ନିକେତନ- ଗୁଏନା (ସାମୁଦାୟିକ ସେବା), ଡ. ଲେଖ୍ ରାଜ ଜୁନେଜା- ଜାପାନ (ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା), ଡ. ପ୍ରେମ କୁମାର- କିର୍ଗିଜ୍ ରିପବ୍ଲିକ୍ (ଚିକିତ୍ସା ବିଜ୍ଞାନ), ଶ୍ରୀ ସୌକଥାଭି ଚୌଧୁରୀ- ଲାଓସ୍ (ବାଣିଜ୍ୟ), ଶ୍ରୀ କୃଷ୍ଣ ସବଜାନୀ-ମଲାୱି (ବାଣିଜ୍ୟ), 'ତାନ୍ ଶ୍ରୀ' ଡ. ସୁବ୍ରମଣ୍ୟମ୍ କେ ଭି ସଥଶିଭମ୍-ମାଲେସିଆ (ରାଜନୀତି), ଡ. ସରିତା ବୁଦ୍ଧୁ- ମରିସସ୍ (ସାମୁଦାୟିକ ସେବା), ଶ୍ରୀ ଅଭୟ କୁମାର- ମଲଡୋଭା (ବାଣିଜ୍ୟ), ଡ। ରାମ ନିୱାସ୍ @ ହଲା ଟୁନ୍-ମିଆଁମାର (ଶିକ୍ଷା), ଶ୍ରୀ ଜଗନ୍ନାଥ ଶେଖର ଆସ୍ଥାନା- ରୋମାନିଆ (ବାଣିଜ୍ୟ), ହିନ୍ଦୁସ୍ତାନୀ ସମାଜ-ଋଷିଆ (ସମ୍ପ୍ରଦାୟ ସେବା), ସୁଧା ରାନୀ ଗୁପ୍ତା- ଋଷିଆ (ଶିକ୍ଷା), ଡ. ସୟଦ ଅନୱାର ଖୁରସିଦ- ସାଉଦି ଆରବ (ଚିକିତ୍ସା ବିଜ୍ଞାନ), ଅତୁଲ ଅରବିନ୍ଦ ତେମୁର୍ନିକର- ସିଙ୍ଗାପୁର (ଶିକ୍ଷା), ରୋବର୍ଟ ମାସିହ ନାହର- ସ୍ପେନ୍ (କମ୍ୟୁନିଟି ସେବା),ଡ. କୌଶିକ ଲକ୍ଷ୍ମୀଦାସ ରମୈୟା- ତାଞ୍ଜାନିଆ (ମେଡିସିନ୍), ଏଚ.ଇ କ୍ରିଷ୍ଟାଇନ୍ କାର୍ଲା କଙ୍ଗାଲୁ ORTT- ତ୍ରିନିଦାଦ ଏବଂ ଟୋବାଗୋ, (ଲୋକସମ୍ପର୍କ ବିଭାଗ), ଶ୍ରୀ ରାମକୃଷ୍ଣନ୍ ସିଭାସ୍ବାମୀ ଆୟର- ୟୁଏଇ (ବାଣିଜ୍ୟ), ଶ୍ରୀ ବଣ୍ଟାଲା ସୁବାୟା ସେଟ୍ଟି ରମେଶ ବାବୁ- ଉଗାଣ୍ଡା (କମ୍ୟୁନିଟି ସେବା), ବରୁଣେଶ ଉଷା କୁମାରୀ ପ୍ରଶର- ୟୁକେ (ରାଜନୀତି), ଡ. ଶରଦ ଲଖନପାଲ- ଆମେରିକା (ମେଡିସିନ୍), ଡ. ଶର୍ମିଲା ଫୋର୍ଡ- ଆମେରିକା (ସାମୁଦାୟିକ ସେବା) ଏବଂ ଶ୍ରୀ ରବି କୁମାର ଏସ୍- ଆମେରିକା (ବାଣିଜ୍ୟ, ଆଇଟି ଏବଂ ପରାମର୍ଶ) ।
ଏହି ଅବସରରେ ଆମେରିକାରେ ରହୁଥିବା ଓଡ଼ିଆ ପ୍ରବାସୀ ରବି କୁମାର ଏସ୍ ପୁରସ୍କାର ଗ୍ରହଣ କରିବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ନିଜ ଜନ୍ମ ଭୂମି ଏବଂ ମାତୃ ଭୂମିକୁ ଫେରିଥିବାରୁ ଖୁସି ଅନୁଭବ କରିଛନ୍ତି । ଏ ମାଟି, ପାଣି ଏବଂ ପବନ ସବୁବେଳେ ମନରେ ରହିବ ବୋଲି କହିଛନ୍ତି ।