ଝାରସୁଗୁଡା : ବହୁଚର୍ଚ୍ଚିତ କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ଶୁକ୍ରବାର ସାଢେ ୧୦ଟାରେ ଅନାସ୍ଥା ଭୋଟିଂ ହେବାର ଥିଲା। ଏଥିପାଇଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଅଧ୍ୟକ୍ଷତା କରିବାକୁ ଥିବା ପିଏ ଆଇଟିଡିଏ, ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା କିର୍ମିରା ତହସିଲଦାର, ପୁଲିସ ଉପସ୍ଥିତ ହୋଇଥିଲେ। ହେଲେ ଭୋଟ୍ ଦେବାକୁ ଆସିଲେନି ସମିତି ସଭ୍ୟ କି ସରପଞ୍ଚ । ଦିନ ୧୧ଟା ଯାଏଁ କୌଣସି ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ନହେବାରୁ ବୈଠକ ବାତିଲ କରାଯାଇଥିଲା ଓ ଭୋଟିଂ ପାଇଁ ଯାଇଥିବା ଅଧିକାରୀମାନେ ଫେରି ଯାଇଥିଲେ ।
ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୩ ତାରିଖ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ଦିନ ଠାରୁ ହିଁ ଛକାପଞ୍ଝା ଲାଗି ରହିଛି। ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ହାଇକୋର୍ଟ ପର୍ଯ୍ୟନ୍ତ ଏହି ମାମଲା ପହଞ୍ଚିବା ପରେ ଶେଷରେ ହାଇକୋର୍ଟଙ୍କ ଆଦେଶ ଅନୁଯାୟୀ ୧୦ ଜାନୁଆରୀ ହିଁ ସ୍ୱତନ୍ତ୍ର ବୈଠକ ଆୟୋଜନ ପାଇଁ ଉପଜିଲ୍ଲାପାଳ ଦିନ ଧାର୍ଯ୍ୟ କରି ବିଜ୍ଞପ୍ତି ପ୍ରକାଶ କରିଥିଲେ। ୮ଟି ପଞ୍ଚାୟତ ବିଶିଷ୍ଟ ଏହି ପଞ୍ଚାୟତ ସମିତିରେ ସମୁଦାୟ ୮ ଜଣ ସରପଞ୍ଚ ଏବଂ ୮ ଜଣ ସମିତିସଭ୍ୟ/ସଭ୍ୟା ରହିଛନ୍ତି । ତନ୍ମଧ୍ୟରୁ ୧୨ ଜଣ ସରପଞ୍ଚ ଏବଂ ସମିତିସଭ୍ୟ ସଭ୍ୟା ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଗତ କରିଥିବା ବେଳେ କେହି ନ ଆସିବାରୁ ଏହା ବାତିଲ ହୋଇଛି।
ଅନ୍ୟପଟେ ଛତିଶଗଡ଼ ମହାସମୁଦ୍ ଜିଲ୍ଲା ସରେଇପାଲି ଥାନାରେ ବିଶାଲଙ୍କ ସହ କିଛି ସମିତି ସଭ୍ୟ ଓ ସରପଞ୍ଚଙ୍କୁ ଅଟକ ରଖିଥିଲା ପୋଲିସ। ହେଲେ କେଉଁ କାରଣ ପାଇଁ ଜଣାପଡିନାହିଁ।