କୋଲକାତାରୁ ଆସୁଛଇ ସାମଗ୍ରୀ ଆଉ ଓଡିଶାରେ ପ୍ରସ୍ତୁତ କରାଯାଉଛି ନକଲି ମଦ । କିଛି ସମୟରେ ଏହାକୁ ପ୍ରସ୍ତୁତ କରାଯାଇ ବଜାରରେ ବିକ୍ରି ମଧ୍ୟ କରାଯାଉଛି । ସମ୍ବଲପୁର, ବରଗଡ ଓ ଝାରସୁଗୁଡାରୁ ନକଲି ମଦ କାରଖାନା ଉପରେ ଚଢାଉ କରିଛି ଅବକାରୀ ବିଭାଗ ।
ଏହି ଘଟଣାରେ ୭ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ତେବେ ଗୁଇନ୍ଦା ଓ ଅବକାରୀ ବିଭାଗର ଚଢାଉ ବେଳେ ୭୭ ହଜାର ୭୧୫ଟି ଠିପି, ୮୬ ହଜାର ୨୩୩ ଷ୍ଟିକର ଓ ୩୮ ନକଲି ମଦ ଜବତ ହୋଇଛି । ଆଇ ଏହି ନକଲି ମଦକୁ କେମିତି ପ୍ରସ୍ତୁତ କରାଯାଉଛି ସେନେଇ ଅଭିଯୁକ୍ତ ଡେମୋ ମଧ୍ୟ ଦେଖାଇଛି ।
ତେବେ ଅବକାରୀ କର୍ମଚାରୀ ଓ ଅଧିକାରୀଙ୍କ ଉପସ୍ଥିତିରେ ମଦ ପ୍ରସ୍ତୁତି ପ୍ରଣାଳୀ ଦେଖାଇଛନ୍ତି ଅଭିଯୁକ୍ତମାନେ । ଏହାକୁ ଦେଖିଲେ ଆପଣ ଅସଲି ମଦକୁ ବି ଭୁଲି ଯିବେ । ଏଭଲି ଅବିକଳ ନକଲ କରାଯାଇଛି ଯେ ଏହା ସମ୍ପୂର୍ଣ୍ଣ ଅସଲି ଭଳି ଦିଶୁଛି ।