ଛତିଶଗଡ଼: ଛତିଶଗଡ଼ରେ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସ ଅଟକ । ଛତିଶଗଡ଼ ମହାସମୁଦ୍ ଜିଲ୍ଲା ସରେଇପାଲି ଥାନାରେ ବିଶାଲଙ୍କୁ ଅଟକ ରଖାଯାଇଛି । ଗତକାଲି ବିଳମ୍ବିତ ରାତିରେ ବିଶାଲ ଅଟକ ରଖିଛନ୍ତି । ତେବେ ବିଶାଲଙ୍କ ସହ କିଛି ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟ ଅଟକ ରଖିଛନ୍ତି ।ତେବେ ସେଠାରୁ ସୁରକ୍ଷିତ ଅବସ୍ଥାରେ ମୁକୁଲାଇ ଆଣିବାକୁ ସେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।
ଆଜି ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଅଛି । ତା’ ପୂର୍ବରୁ ବିଶାଳ ଦାସଙ୍କୁ ଅଟକ ରଖିଛି ଛତିଶଗଡ଼ ପୁଲିସ । ସେପଟେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ବେଆଇନ ବୋଲି କହିବା ସହ ଏହାର ପ୍ରତିବାଦ କରିଛନ୍ତି ବିଶାଲ ଦାସ । ତେବେ ଏପରି ଗଣତନ୍ତ୍ର ଚଳିବ ନାହିଁ, ତୁରନ୍ତ ଆମ ମୁକୁଳିବା ବ୍ୟବସ୍ଥା କର ବୋଲି କହି ସେ ରାଜ୍ୟ ସରକାରୀଙ୍କୁ ଜଣାଇଛନ୍ତି ।
ତେବେ ତାଙ୍କୁ କାହିଁକି ଅଟକ ରଖାଯାଇଛି, ସରେଇପାଲି ଥାନା ପୁଲିସର ପ୍ରତିକ୍ରିୟା ମିଳିନି। ଗତକାଲି ସମ୍ବଲପୁର ଅଇଁଠାପାଲିସ୍ଥିତ ବିଶାଲଙ୍କ ହୋଟେଲରେ ଯାଞ୍ଚ କରିଥିଲା ସରେଇପାଲି ଥାନା ପୁଲିସ ସହ ସ୍ଥାନୀୟ ପୁଲିସ୍। ସେମାନଙ୍କ ମଧ୍ୟରେ କିଛି ସାଦା ପୋଷାକଧାରୀ ବି ଥିଲେ। ତେବେ ବିନା ସର୍ଚ୍ଚ ୱାରେଣ୍ଟରେ ପୁଲିସ କାହିଁକି ହୋଟେଲରେ ପଶି ଯାଞ୍ଚ କଲା, ସେ ନେଇ ବିଶାଲ ଆପତ୍ତି ଉଠାଇବା ସହ ଉତ୍ତରାଞ୍ଚଳ ଓଏ ହିମାଂଶୁ ଲାଲଙ୍କୁ ଭେଟି ଫେରାଦ ହୋଇଛନ୍ତି। ଏହା ପଛରେ କିଛି ରାଜନୈତିକ ଚାପ ଥାଇପାରେ ବୋଲି କହିଛନ୍ତି ବିଶାଲ।
ଏଥିସହ ପୂର୍ବରୁ ମୋ ପରିବାର ସହ ଯାହା ଘଟିଛି, ଝାରସୁଗୁଡ଼ା ପୁଲିସକୁ ଦେଖିଲେ ଏବେ ଡର ଲାଗୁଛି ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ନବଦାସଙ୍କ ପୁଅ ବିଶାଲ ଦାସ। ବିଶାଲ ଫେରାଦ ହେବା ପରେ ଅଭିଯୋଗର ତଦନ୍ତ ହେବ ବୋଲି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି।