ନୂଆଦିଲ୍ଲୀ/ଭୁବନେଶ୍ବର: ଓଡିଶାକୁ ୪୫୫ କୋଟି ଦେଲେ କେନ୍ଦ୍ର ସରକାର । ପଞ୍ଚଦଶ ଅର୍ଥ କମିଶନଙ୍କ ଦ୍ୱାରା ଅର୍ଥ ରାଶି ମଞ୍ଜୁର ହୋଇଛି । ୨୦୨୪-୨୫ ଆର୍ଥିକ ବର୍ଷର ଦ୍ୱିତୀୟ କିସ୍ତିକୁ ମିଶାଇ ଏହି ଅର୍ଥ ପ୍ରଦାନ କରାଯାଇଛି । ମଞ୍ଜୁର ଅର୍ଥ ରାଜ୍ୟର ସମସ୍ତ ବ୍ଲକ ଓ ଏହା ଅନ୍ତର୍ଗତ ପଞ୍ଚାୟତରେ ଖର୍ଚ୍ଚ ହେବ ।
କେନ୍ଦ୍ର ସରକାର ଓଡ଼ିଶା ୨୦୨୪-୨୫ ଆର୍ଥିକ ବର୍ଷରେ ପଞ୍ଚଦଶ ଅର୍ଥ ଆୟୋଗ (ଏକ୍ସଭି ଏଫସି) ଅନୁଦାନ ରାଶି ପ୍ରଦାନ କରିଛନ୍ତି। ଓଡ଼ିଶାର ଗ୍ରାମୀଣ ସ୍ଥାନୀୟ ସଂସ୍ଥା ଗୁଡ଼ିକ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷର ଦ୍ୱିତୀୟ କିସ୍ତି ଅର୍ଥାତ୍ ୩୭୦.୨୦ କୋଟି ଟଙ୍କା ଏବଂ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅଣବନ୍ଧିତ ଅନୁଦାନର ପ୍ରଥମ କିସ୍ତିର ବକେୟା ରାଶି ୮୪.୫୦୮୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ପାଣ୍ଠି ରାଜ୍ୟର ସମସ୍ତ ଯୋଗ୍ୟ ୬୭୯୪ଟି ଗ୍ରାମ ପଞ୍ଚାୟତ, ୩୧୪ ଟି ବ୍ଲକ ପଞ୍ଚାୟତ ଏବଂ ୩୦ଟି ଜିଲ୍ଲା ପଞ୍ଚାୟତ ପାଇଁ ଖର୍ଚ୍ଚ ହେବ ।