ଭୁବନେଶ୍ୱର : ଆସନ୍ତା ୨୮ତାରିଖରେ ଓଡିଶା ଆସିବେ ଗୃହମନ୍ତ୍ରୀ ଅମିତ ଶାହା । ଏନେଇ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ସୂଚନା ଦେଇଛନ୍ତି । ଅମିତ ଶାହାଙ୍କ ଗସ୍ତକୁ ନେଇ ବିଜେପି କ୍ୟାମ୍ପରେ ଉତ୍ସାହ ଭରିଯାଇଛି । ତେବେ ଅମିତ ଶାହଙ୍କ ସମ୍ବଲପୁର ଗସ୍ତ ନାହିଁ ବୋଲି ସୂଚନା ଦେଇଛନ୍ତି ବିଜୟ ପାଲ ସିଂ ତୋମାର । କଳିଙ୍ଗ ଷ୍ଟାଡିୟମ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ବୋଲି କହିଛନ୍ତି ।
ସୂଚନାଯୋଗ୍ୟ ବିଏମ୍ କଲେଜ ଅଡିଟୋରିୟମ୍ରେ ସ୍ୱାଧୀନ ସଂଗ୍ରାମୀ କୁଞ୍ଜଲ ସାଏଙ୍କ ରକ୍ତପୀଠ ଉପରେ ଏକ ମାଗାଜିନ୍ ଉନ୍ମୋଚନ ଏବଂ କିଛି ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଥିଲା । ତେବେ ସମ୍ବଲପୁରରେ ହେବାକୁ ଥିବା କାର୍ଯ୍ୟକ୍ରମ ସବୁ ଭିସି ଜରିଆରେ ଉଦ୍ଘାଟନ କରିବେ । ୨୯ ତାରିଖ ଦିନ ପୁଣି ଦିଲ୍ଲୀ ଫେରିଯିବେ ।