ନୂଆଦିଲ୍ଲୀ: ଗୁରୁବାର ନୂଆଦିଲ୍ଲୀ ରାଷ୍ଟପତି ଭବନ କଲଚରାଲ୍ ସେଣ୍ଟରରେ ପ୍ରଧାନ ମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ଉସ୍ଛବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ୧୭ ଜଣ ପିଲାଙ୍କୁ ରାଷ୍ଟ୍ରୀୟ ବାଲ୍ ପୁରସ୍କାର-୨୦୨୪ରେ ସମ୍ମାନିତ କରିଛନ୍ତି । ଏଥିରେ ଓଡ଼ିଶାର ଗର୍ବ ଓ ଗୌରବ ଢେଙ୍କାନାଳର ଯୁବ କ୍ରୀଡ଼ାବିତ ପ୍ରୀତିସ୍ମିତା ଭୋଇ ରାଷ୍ଟ୍ରପତି ପୁରସ୍କାର ଗ୍ରହଣ କରିଛନ୍ତି ।
ପ୍ରୀତିସ୍ମିତା ଭୋଇଙ୍କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ଶୁଭେଚ୍ଛା ଜଣାଇଛନ୍ତି । ସେ ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ କହିଛନ୍ତି ଯେ ବିଶ୍ୱ ଯୁବ ଭାରୋତ୍ତୋଳନ ଚାମ୍ପିୟନସିପରେ କଠିନ ପରିଶ୍ରମ, ନିଷ୍ଠା ଓ ଏକାଗ୍ରତା ବଳରେ ବିଶ୍ୱ ରେକର୍ଡ ସୃଷ୍ଟି କରି ସେ ସମଗ୍ର ରାଜ୍ୟ ଓ ଦେଶକୁ ଗର୍ବିତ କରିଛନ୍ତି । ପ୍ରୀତିସ୍ମିତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।
କରି ୧୬ ବର୍ଷୀୟା ପ୍ରୀତିସ୍ମିତା ଭାରଉତ୍ତୋଳନ କ୍ଷେତ୍ରରେ ଅନେକ ସଫଳତା ହାସଲ କରିଛନ୍ତି । ଦକ୍ଷିଣ ଆଫ୍ରିକାର ପେରୁରେ ଅନୁଷ୍ଠିତ IWF ୱାର୍ଲଡ ୟୁଥ ୱେଟ ଲିପ୍ଟିଂ ଚମ୍ପିଆନସିପରେ ଇତିହାସ ରଚିଥିଲେ ଏହି ଓଡ଼ିଆ ଝିଅ । ମହିଳା ୪୦ କିଲୋଗ୍ରାମ ୱେଟ ଲିଫ୍ଟଟିଙ୍ଗ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରି ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ । ସେ ସ୍ଵର୍ଣ୍ଣ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଥିଲେ । ୪୦ କିଲୋଗ୍ରାମ ବର୍ଗରେ ପ୍ରୀତିସ୍ମିତା ମୋଟ ୧୩୩ କେଜି ( ସ୍ନାଚରେ ୫୭ କେଜି + ୭୬ କେଜି)ର ପ୍ରୟାସ କରି ସେ ପ୍ରଥମ ସ୍ଥାନରେ ରହିବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ପୂର୍ବରୁ ଏହି ଓଜନ ବର୍ଗରେ ବିଶ୍ୱ ରେକର୍ଡ ୭୫ କିଲୋ ରହିଥିଲା । କତରର ଦୋହାଠାରେ ଏସୀୟ ଯୁବ ଭାରୋତ୍ତୋଳନରେ କ୍ଲିନ୍ ଆଣ୍ଡ୍ ଜର୍କ (୮୫ କିଲୋଗ୍ରାମ)ରେ ରୌପ୍ୟ ପଦକ ପାଇଥିଲେ ।
ଚଳିତ ବର୍ଷ ଜାତୀୟ କ୍ରୀଡ଼ା ଦିବସରେ ରାଜ୍ୟ ସରକାରଙ୍କ ତରଫରୁ ଇମର୍ଜିଂ ପ୍ଲେୟର ଭାରୋତ୍ତୋଳନ ପ୍ରତିଭା ପ୍ରୀତିସ୍ମିତା ଭୋଇଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଥିଲା ।