ଭୁବନେଶ୍ୱର: ୨ ବର୍ଷରେ ୭୫ ହଜାର ନିଯୁକ୍ତି ଦେବୁ । ରାଜ୍ୟସ୍ତରୀୟ ସୁଶାସନ ଦିବସ ପାଳନ ଅବସରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୂର୍ବ ସରକାର ସମୟରେ ଦେଢ ଲକ୍ଷ ପଦ ଖାଲି ପଡିଛି । ଆମେ ୨ ବର୍ଷରେ ୭୫ ହଜାର ନିଯୁକ୍ତି ଦେବୁ । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ଏଥିସହ ଖୁବ୍ ଶୀଘ୍ର ୨୦ ହଜାର ଶିକ୍ଷକ ପଦବୀ ପୂରଣ ହେବ । ଏଥିସହ ସୁଶାସନ ଦିବସରେ ପୂର୍ବ ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଟାର୍ଗେଟ୍ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ୨୪ ବର୍ଷରେ ବେକାରୀ ବଢିଛି । ଅନେକ ଗାଁକୁ ବିକାଶ ବି ଛୁଇଁନି । ପ୍ରାଥମିକ ଶିକ୍ଷା ଭୁଶୁଡି ପଡିଛି, ସ୍କୁଲରେ ଶିକ୍ଷକ ନାହାନ୍ତି । ୨୪ ବର୍ଷ ସରକାରରେ ଲୋକେ କିଛି ଲାଭ ପାଇଲେ ନାହିଁ । ଏପରିକି ମହିଳାଙ୍କୁ ସଶକ୍ତୀକରଣ କଥା କହି ଠକି ଥିଲେ ପୂର୍ବ ସରକାର । ଆମ ସରକାର ୬ ମାସରେ ଲୋକଙ୍କ ପାଇଁ କାମ କରିଛନ୍ତି । ଶ୍ରୀମନ୍ଦିରର ୪ ଦ୍ୱାର ଖୋଲାଯିବା ସହ ସୁଭଦ୍ରା ଯୋଜନା ଲାଗୁ ହୋଇ ସାରିଛି । ଚାଷୀଙ୍କୁ ୩୧୦୦ ଟଙ୍କା ଏମଏସପି ଦିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।